ବିଦ୍ୟାଳୟରେ ନିରାପତ୍ତା ଓ ସୁରକ୍ଷା ତାଲିମ ଶିବିର
ରାଜନଗର : ରାଜନଗର ବ୍ଲକ ଓସ୍ତିଆ ବନ୍ଧପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସେଠୀ ପୌରହିତ୍ୟ କରିଥିଲେ । ଜଗନ୍ନାଥପୁରଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଶଶିଶେଖର ରଥ ଯୋଗଦେଇ ନିରାପତ୍ତା ଓ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧୀରେନ୍ ବିଶ୍ୱାଳ, ଅଭିରାମ ପାତ୍ର, ମଳୟ କୁମାର ସାହୁ, ଶିକ୍ଷୟିତ୍ରୀ ସବିତା ମିଶ୍ର, ନିରାକାର ସେଠୀ, ଶ୍ରଦ୍ଧାଞ୍ଜଳି ଦାଶ, ମନସ୍ୱିନୀ ରଥ, ଅଭିଲିପ୍ସା ଦାଶ, ପ୍ରଲ୍ୟ କୁମାର ମଲ୍ଲିକ, ସତ୍ୟନାରାୟଣ ମହାନ୍ତି, ପଦ୍ମଲୋଚନ ସ୍ୱାଇଁ, ଭାଗ୍ୟଶ୍ରୀ କୁଣ୍ଡ, ରାଜେଶ କୁମାର ପ୍ରଧାନ ପ୍ରମୁଖ ଶିବିରାର୍ଥୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ ତାରିଣୀ ପ୍ରିୟଦର୍ଶିନୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ଉର୍ମିଳା ପରିଡ଼ା ବେଦମନ୍ତ୍ର ପାଠ କରିଥିଲେ । ପ୍ରଭାତରେ ଇକୋକ୍ଳବ ତରଫରୁ ଛାତ୍ରଛାତ୍ରୀମାନେ ନିକଟସ୍ଥ ଗ୍ରାମଗୁଡିକୁ ଶୋଭାଯାତ୍ରାରେ ଯାଇ ପ୍ଲାଷ୍ଟିକମୁକ୍ତ ପରିବେଶ ଓ ପ୍ଲାଷ୍ଟିକ ଜିନିଷ ବର୍ଜନ ଉପରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।