ମୂଷା ନଈର ସୁରକ୍ଷା ପାଇଁ ଆପ୍ର ଅନଶନ

ପୁରୀ : ଐତିହ୍ୟ ସୁରକ୍ଷା ନାମରେ ଜମି ଲୁଟ ଚାଲିଛି ପୁରୀରେ । ବାରମ୍ବାର ଅଭିଯୋଗ ସତ୍ୱେ ନିଦ ଭାଙ୍ଗୁନି ପ୍ରଶାସନର । ମୂଷା ନଈରୁ ଦଳ ସଫା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ମୂଷା ନଈକୁ କିଏ ଜବରଦଖଲ କଲାଣି ତ କିଏ ନଦୀ ମଝିରେ ରାସ୍ତା ନିର୍ମାଣ କରି ନଦୀର ଗତିପଥକୁ ଅବରୋଧ କରିସାରିଲାଣି । ବାରମ୍ବାର ଆପ୍ର ଅଭିଯୋଗକୁ କର୍ଣ୍ଣପାତ ନକରିବାରୁ ମଙ୍ଗଳବାର ଦଳ ପକ୍ଷରୁ ଜିଲ୍ଳା ସଭାପତି ସଞ୍ଜିବ ମହାନ୍ତି ପୁରୀ ତହସିଲଅଫିସ ସମ୍ମୁଖରେ ଅହରାତ୍ର ଧାରଣା ଡାକରା ଦେଇ ଅନଶନରେ ବସିଛନ୍ତି । ଅନଶନର ପ୍ରଥମ ଦିନରେ ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି, ଜିଲ୍ଲା ମୁଖପାତ୍ର ଅନୀଲ ସେନାପତି, ନଗର ସଭାପତି ଦେବ ପ୍ରଧାନ, ରମାକାନ୍ତ ସ୍ୱାଇଁ, ଅଭିଷେକ ପାଣିଗ୍ରାହୀ, ନଗର ସମ୍ପାଦକ ଜନ୍ମେଜୟ ଜେନା ଏବଂ ପ୍ରକାଶ ପ୍ରଧାନ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।