ଧରା ପଡିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ  : ୨୦ ଗୋମାତା ସହ ୨ ଷଣ୍ଢକୁ ଉଦ୍ଧାର କଲା ପୁଲିସ

 ତିହିଡି: ·ଲାଣ ବେଳେ ପାଢୀସାହି ମୁସଲମାନ ବସ୍ତିରୁ ଧରା ପଡିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ୨୦ ଗୋମାତା ସହ ୨ ଷଣ୍ଢକୁ ଉଦ୍ଧାର କଲା ଭଦ୍ରକ ଜିଲ୍ଲା ପୀରାହାଟ ପୁଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କଡ୍ଡା ନଜର ସତ୍ତ୍ୱେ ବି ମାଫିଆମାନେ ଗୋ-·ଲାଣ କରିବାରେ ତିଳେମାତ୍ର ନରମି ନାହାଁନ୍ତି । ରାତିରେ ଗୋରୁ ବୋଝେଇ କରି ·ଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଧରିବାରେ ସକ୍ଷମ ହୋଇଛି । 
ପୁଲିସକୁ ଦେଖି ·ଳକ ସମେତ ମାଫିଆମାନେ ମଧ୍ୟ ଫେରାର୍ ହୋଇ ଯାଇଥିଲେ । ଏକ ଛୋଟିଆ ପିକ୍ଅପ୍ ଭ୍ୟାନ୍ରେ ଧାନ ବସ୍ତା ଭଳି ଲୋଡ୍ କରାଯାଇଥିଲା ୨୨ଟି ଗୋମାତା ଓ ଷଣ୍ଢ । କୌଣସି ପରିସ୍ଥିତିରେ ସଂପୃକ୍ତ ଗାଡିକୁ ଥାନାକୁ ଆଣି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସହଯୋଗରେ ତଳକୁ ଓହ୍ଲାଇ ଦେଇଥିଲେ । 
ତେବେ ଅତି ଦୟନୀୟ ଅବସ୍ଥାରେ ଗୋମାତାମାନେ ଛନ୍ଦିହୋଇ ଗାଡିରେ ଥିଲେ । କେତେକଙ୍କୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପରିଲକ୍ଷିତ ହୋଇଛି । ସେମାନଙ୍କୁ ଖାଦ୍ୟ ଓ ପାଣି ଦେଇ ସୁସ୍ଥ ହେବାପରେ ମଇତାପୁର ଗୋଶାଳାରେ ଛଡା ଯାଇଥିବା ଆଇଆଇସି ଅଜୟ ମୁର୍ମୁଙ୍କ ଠାରୁ ସୂଚନା ମିଳିଛି । ଏନେଇ ସଂଗୀନ ଦଫାରେ ଥାନାରେ ଏକ ମାମଲା ୨୬୬/୨୪ ରୁଜୁ କରାଯାଇଛି । ତେବେ ଯେଉଁ ବ୍ୟକ୍ତିଙ୍କ ଘର ନିକଟରେ ଉକ୍ତ ଗୋରୁ ବୋଝେଇ ଗାଡି ଛିଡା ହୋଇଥିଲା ତାଙ୍କୁ ଓ ଆଖପାଖ ଲୋକଙ୍କୁ ଜେରା କରାଯିବ ଏବଂ ତଥ୍ୟ ମିଳିବା ପରେ ·ଲାଣକାରୀଙ୍କ ବିରୋଧରେ କଡ୍ଡା ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି । ଦୈନିକ ଟ୍ରିପ୍ ଟ୍ରିପ୍ ଷଣ୍ଢ ବାହାରକୁ ·ଲାଣ ହେଉଛି । କେତେକ ସ୍ଥଳରେ ପୁଲିସ ହାତରେ ଧରା ପଡୁଛି ତ ଆଉ କେତେକ ପୁଲିସ ଆଖିରେ ଧୂଳିଦେଇ ଖସି ପଳେଇ ଯାଉଛନ୍ତି । ଏତତ୍ ବ୍ୟତିତ ଦିନକୁ ଦିନ ଏହି ଅଞ୍ଚଳରେ ଷଣ୍ଢ ସଂଖ୍ୟା ହ୍ରାସ ପାଉଛି । ସମ୍ଭବତଃ ଏହି ମାଫିଆମାନେ ରାତିରେ ସେଗୁଡିକୁ ·ଲାଣ କରୁଛନ୍ତି । ଏ ଦିଗରେ ପୁଲିସ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି ।