ମୋ ଦୃଷ୍ଟିରେ ଓଡ଼ିଶା
ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି ବିଷୟରେ ଗବେଷଣା ଓ ଗ୍ରନ୍ଥରଚନା କରି ମୁଁ ନୀରବ ରହିପାରିଲି ନାହିଁ । ମୋ ଆଖି ଆଗରେ ଓଡ଼ିଶାର ଚିତ୍ର ଭାସି ଉଠିଲା । ବିଭିନ୍ନ ସ୍ଥାନକୁ ମୁଁ ପ୍ରବଚନ ଦେବାକୁ ଓ ସାହିତ୍ୟ ସଭାକୁ ଯାଏ । ବିଭିନ୍ନ ଅଞ୍ଚଳର ଇତିହାସ ଓ ସଂସ୍କୃତି ମୋତେ ଆକୃଷ୍ଟ କଲା । ତେଣୁ ଓଡ଼ିଶାର ଇତିହାସ ଓ ସଂସ୍କୃତି ସଂପର୍କରେ ଗବେଷଣା କରିବାକୁ ମନସ୍ଥ କଲି । ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି ସଂପର୍କରେ ଗବେଷଣା କରିବା ନିମିତ୍ତ ମୋତେ ବହୁ ପରିଶ୍ରମ କରିବାକୁ ପଡିଥିଲା ତଥା ବହୁ ସମୟ ଲାଗିଥିଲା । ବିଶାଳ ଓଡ଼ିଶାର ଇତିହାସ ଓ ସଂସ୍କୃତି ସଂପର୍କରେ ଦୀର୍ଘ ସମୟ ଗବେଷଣା କରିବାକୁ ମୋର ସାହସ ପାଇଲା ନାହିଁ । କିନ୍ତୁ ବିଭିନ୍ନ ପୁସ୍ତକାଳୟ, ଅଭିଲେଖାଗାର ଓ ବିଜ୍ଞବ୍ୟକ୍ତିଙ୍କ ନିକଟକୁ ଯାଇ ଓଡ଼ିଶା ସଂପର୍କରେ ଯାହା ତଥ୍ୟ ପାଏ ତାହା ଟିପି ରଖେ । ବହୁ କିଛି ତଥ୍ୟ ପାଇଲା ପରେ ପ୍ରଥମେ ଓଡ଼ିଶା ସଂପର୍କରେ ପୁସ୍ତକଟିଏ ରଚନା କଲି ।
ବିଭିନ୍ନ ଗ୍ରନ୍ଥ, ଇତିହାସ ଓ ଅଭିଲେଖ ଅଧ୍ୟୟନରୁ ଜାଣିଲି ଉତ୍ତରରେ ପୁଣ୍ୟତୋୟା ଗଙ୍ଗା, ଦକ୍ଷିଣରେ ପାପନାଶିନୀ ଗୋଦାବରୀ, ପୂର୍ବରେ ମହାତୀର୍ଥ ମହୋଦଧି ଏବଂ ପଶ୍ଚିମରେ ଗିରିତୀର୍ଥ ଅମର କଣ୍ଟକ ପ୍ରାଚୀନ ଓଡ଼ିଶାର ଚତୁଃ ସୀମାରୂପେ ପରିଚିହ୍ନିତ ଥିଲା । ଏହି ଭୂଖଣ୍ଡ ପୌରାଣିକ ଓ ଐତିହାସିକ ଯୁଗରେ ଉଡ୍ର, ଓଡ୍ର, କଳିଙ୍ଗ, ତି୍ରକଳିଙ୍ଗ, ଉତ୍କଳିଙ୍ଗ, ଉକ୍ରଳ, ତୋଷଳ, କୋଶଳ, କଙ୍ଗୋଦ, କାନ୍ତାର ଓ ଓଡ଼ିଶା ପ୍ରଭୃତି ବହୁ ନାମରେ ପରିଚିତ ଥିଲା । ଏହି ବିସ୍ତୀର୍ଣ୍ଣ ଭୂଖଣ୍ଡ କେଉଁ ସମୟରେ ଜଣେ ରାଜାଙ୍କ ଦ୍ୱାରା ଏବଂ କେତେବେଳେ ଏକାଧିକ ଖଣ୍ଡରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲେ ହେଁ ଭାବ ଓ ଭାଷା ଦୃଷ୍ଟିରୁ ଏହାର ଐକ୍ୟ ଅକ୍ଷୁଣ୍ଣ ରହିଥିଲା । ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଚୈତ୍ର, ଭୋ÷ମ, ମୁଦ୍ମଳ, ବଶିଷ୍ଟ, ଶୈଳୋଦ୍ଭବ, ସୋମ, ଗଙ୍ଗ, ସୂର୍ଯ୍ୟ ଓ ଭୋଇ ବଂଶର ନୃପତି ବୃନ୍ଦ ଓଡ଼ିଶାର ରାଜଚକ୍ରବର୍ତ୍ତୀ ରୂପେ ସାର୍ବଭୋ÷ମ ଉପାଧିରେ ଭୂଷିତ ହୋଇ ଅକ୍ଷୟଯଶ ରଖିଯାଇଛନ୍ତି । ୧୫୬୮ ଖ୍ରୀଷ୍ଟାବ୍ଦଠାରୁ ଏହି ଭୂଖଣ୍ଡ ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ସ୍ୱାଧୀନତା ପରେ ଭାରତର ଏକ ପ୍ରଦେଶ ରୂପେ ପରିଗଣିତ ହେଲେ ହେଁ ଏହି ରାଜ୍ୟର ରାଜାଗଣ ବୀରଶ୍ରୀ ଗଜପତି ଗୋ÷ଡେଶ୍ୱର ନବକୋଟି କର୍ଣ୍ଣାଟ ଉକ୍ରଳ ବର୍ଗେଶ୍ୱର ବୀରାଧିବୀରବର ପଦବୀରେ ଭୂଷିତ ହୋଇ ଓଡ଼ିଆ ଜାତିର ପ୍ରତିନିଧି ରୂପେ ଗଜପତି ନାମ ଧରି ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ମର୍ଯ୍ୟାଦାରେ ଅଧିଷ୍ଠିତ ।
ପ୍ରାଚୀନ ସାହିତ୍ୟ, ଶିଳାଲେଖ, ତାମ୍ରପତ୍ର ତଥା ବିଦେଶୀ ପରିବ୍ରାଜକଙ୍କ ବିବରଣୀରେ ଓଡ଼ିଶା ଏକ ସାମରିକ ଶକ୍ତି ସଂପନ୍ନ, ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ, ଉକ୍ରୃଷ୍ଟ କଳାକୋ÷ଶଳ ଜ୍ଞାତ, ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ବିଭବଶାଳୀ ଭୂଖଣ୍ଡ ରୂପେ ଚିତି୍ରିତ । ଏହି ଭୂଖଣ୍ଡର ସାଧବପୁଅମାନେ ଖ୍ରୀଷ୍ଟପୂର୍ବ କାଳରୁ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଦରିଆପାରି ଦେଶମାନଙ୍କରୁ ଅସରନ୍ତି ଧନଦୋ÷ଲତ ବୋହିଆଣି ଓଡ଼ିଶାକୁ ସମୃଦ୍ଧ କରିଥିଲେ । ପ୍ରାଚୀନ ଯୁଗରେ ସୁବର୍ଣ୍ଣ ଦୀପ ବା ଆଜିର ଇଣ୍ଡୋନେସିଆରେ ଓଡିଆଙ୍କର ଶୈଳେନ୍ଦ୍ର ସାମ୍ରାଜ୍ୟ ଗଢି ଉଠିଥିଲା । କେବଳ ନୋ÷ବାଣିଜ୍ୟ ନୁହେଁ, ସ୍ଥଳ ବାଣିଜ୍ୟରେ ମଧ୍ୟ ଓଡ଼ିଆମାନେ ପାରଙ୍ଗମ ଥିଲେ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଓଡିଆ ବଣିକ ତପଶୁ ଓ ଭାଲ୍ଲିକ ପାଞ୍ଚଶହ ଶଗଡରେ ପଣ୍ୟ ଦ୍ରବ୍ୟ ନେଇ ବ୍ୟବସାୟ ଉଦେ୍ଦଶ୍ୟରେ ପଶ୍ଚିମ ଭାରତକୁ ଯିବା ପଥରେ ଉରୁବେଳା ବା ବୁଦ୍ଧଗୟାଠାରେ ସଦ୍ୟ ସମ୍ବୋଧିପ୍ରାପ୍ତ ବୁଦ୍ଧଦେବଙ୍କୁ ପ୍ରଥମେ ଦର୍ଶନ କରିବାର ସୋ÷ଭାଗ୍ୟ ଲାଭ କରିଥିଲେ ଏବଂ ତାଙ୍କ ଠାରୁ ନଖ ଓ କେଶ ଆଣି ତାରାପୁର ପାହାଡରେ ବିଶ୍ୱର ପ୍ରଥମ ବୌଦ୍ଧସ୍ତୂପ ନିର୍ମାଣ କରିଥିଲେ । ଓଡ଼ିଶାର ଐତିହ୍ୟରେ ହଜାର ହଜାର ବର୍ଷର ସାଂସ୍କୃତିକ ଗୋ÷ରବ ଲୁକ୍କାୟିତ । ଜାତୀୟ ଉନ୍ନତିର ମୂଳମନ୍ତ୍ର ଓଡ଼ିଶାର ପ୍ରାଚୀନ କୀର୍ତ୍ତି ଗୋ÷ରବ ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ନିହିତ । ଓଡ଼ିଆ ଭାଷା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଶିଳ୍ପ, ଭାସ୍କର୍ଯ୍ୟ, କଳା ଓ ସ୍ଥାପତ୍ୟର ସ୍ୱାତନ୍ତ୍ର୍ୟ ରହିଛି । ବିଶ୍ୱ ଦରବାରରେ ଓଡ଼ିଆମାନେ ହିଁ ଭାରତୀୟ ସଂସ୍କୃତିର ମର୍ଯ୍ୟାଦାବନ୍ତ ପରିଚୟ ପ୍ରଦାନ କରିପାରିଥିଲେ । ପ୍ରାଚୀନ ଯୁଗରେ ଓଡ଼ିଆମାନେ ଥିଲେ କୃଷିକ୍ଷେତ୍ରରେ ସାର୍ଥକ କୃଷକ ଓ ଯୁଦ୍ଧକ୍ଷେତ୍ରରେ ସମର୍ଥ ସୈନିକ ।
ସମନ୍ୱୟ ଚେତନାର ପ୍ରତିଭୂ ତଥା ବିଶ୍ୱ ସମ୍ବିଧାନର ପ୍ରତୀକ ଶ୍ରୀଜଗନ୍ନାଥ ଏହି ପବିତ୍ର ଭୂମିରେ ଲୀଳା ସଂରଚନା କରି ଏହାର ମହତ୍ୱ ବୃଦ୍ଧି କରିଛନ୍ତି । ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ଜନଜୀବନରେ ଏକ ସମନ୍ୱୟାତ୍ମକ ସାଂସ୍କୃତିକ ସ୍ରୋତ ପ୍ରବାହିତ ତଥା ଉନ୍ନତ ରୁଚି ଓ ସଂସ୍କାରବୋଧ ଦ୍ୱାରା ଏହା ଉଜ୍ଜୀବିତ । ଶତାବ୍ଦୀ ଶତାବ୍ଦୀ ଧରି ଏହି ସାଂସ୍କୃତିକ ସ୍ରୋତ ପ୍ରବାହିତ ତଥା ଉନ୍ନତ ରୁଚି ଓ ସଂସ୍କାରବୋଧ ଦ୍ୱାରା ଏହା ଉଜ୍ଜୀବିତ । ଶତାବ୍ଦୀ ଶତାବ୍ଦୀ ଧରି ଏହି ସାଂସ୍କୃତିକ ସ୍ରୋତ ଓଡ଼ିଆ ଜାତିର ଜୀବନଚର୍ଯ୍ୟାକୁ ସୁନ୍ଦର, ସମୃଦ୍ଧ, ସୃଜନଶୀଳ ଓ ପରିପୂର୍ଣ୍ଣ କରିଆସିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଜାତି, ବର୍ଣ୍ଣ ଓ ସଂପ୍ରଦାୟ ଭେଦରେ ବିଭାଜିତ ନହୋଇ ସମଗ୍ର ଓଡ଼ିଆ ଜାତିକୁ ଏକ ସୂତ୍ରରେ ବାନ୍ଧି ରଖିଛି । ଓଡ଼ିଆ ଜାତିର ଚିନ୍ତା ଓ ଚିନ୍ତନ ଠାରୁ ବ୍ୟବହାରିକ ଜୀବନ ତଥା ମାନବୀୟ ସମ୍ବେଦନାଠାରୁ ସମଷ୍ଟିଗତ ଏକତାକୁ ଆଧାର କରି ଏହି ସଂସ୍କୃତ ସଂପ୍ରସାରିତ । କ୍ରମାଗତ ସଂସ୍କାର ଓ ଗତିଶୀଳତା ଏହି ସଂସ୍କୃତିକୁ ଊଦ୍ଧ୍ୱର୍ମୁଖୀ କରାଇ ଓଡ଼ିଆ ଜାତିର ପ୍ରଜ୍ଞାର ଅଭିବୃଦ୍ଧି ଘଟାଇଛି । ମହନୀୟତା ହେଉଛି, ବିଶ୍ୱର ସକଳ ସଂସ୍କୃତିର ସାରତତ୍ତ୍ୱ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନୁଭବନୀୟ । ଶ୍ରୀଜଗନ୍ନାଥ ସଂସ୍କୃତିରେ କୋ÷ଣସି ପ୍ରକାର ସଂକୀର୍ଣ୍ଣତା ନାହିଁ । ଏହି ସଂସ୍କୃତି ସକଳ ଜାତି, ଧର୍ମ, ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ପ୍ରଶ୍ରୟ ଦେଇ ସମନ୍ୱୟର ମହାଭାବ ସୃଷ୍ଟିକାରୀ ଭାବରେ ପ୍ରତିଭାତ । ନିଜେ ବଞ୍ଚôବା ଓ ଅନ୍ୟକୁ ବଞ୍ଚାଇବା ଏହାର କୋ÷ଳିକ ନୀତି । ଏହି ସଂସ୍କୃତିରେ ଏକତା, ସମତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଭ୍ରାତୃତ୍ୱ, ମୈତ୍ରୀ ଓ ବିଶ୍ୱପ୍ରେମର ବାଣୀ ଅତି ସୁସ୍ପଷ୍ଟ । ଆମ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱର ସର୍ବପ୍ରାଚୀନ ସଂସ୍କୃତି ହେଲେ ହେଁ ସ୍ୱକୀୟ ସୃଜନଶୀଳତା ଓ ନମନୀୟତା ଯୋଗୁ ଏହା ନିତ୍ୟନୂତନ ।
ଓଡ଼ିଶାର ଇତିହାସ ଗୋ÷ରବମୟ । ଏହାର ଅପୂର୍ବ ସାମରିକ ପରାକାଷ୍ଠା ଦୀର୍ଘକାଳ ପର୍ଯ୍ୟନ୍ତ ଏହାର ସ୍ୱାଧୀନତା ବଜାୟ ରଖିଥିଲା । ଜୈନ ଓ ବୋ÷ଦ୍ଧ ଯୁଗରେ ଏହା ଏକ ଶକ୍ତିଶାଳୀ ଲକ୍ଷ୍ୟ ଥିଲା । ମୋ÷ର୍ଯ୍ୟ ବଂଶର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ସମଗ୍ର ଭାରତବର୍ଷ ଅଧିକାର କରିଥିଲେ ମଧ୍ୟ ଓଡ଼ିଶା ଅଧିକାର କରିବାକୁ ସାହସ କରିନଥିଲେ । ଏହି ସମୟରେ ଜୈନ ଧର୍ମଗ୍ରନ୍ଥ, ବୋ÷ଦ୍ଧ ଧର୍ମଗ୍ରନ୍ଥ, ଶିଳାଲେଖ ଓ ବିଦେଶୀ ପରିବ୍ରାଜକଙ୍କ ବିବରଣୀରୁ ଓଡ଼ିଶାର ଗୋ÷ରବାଜ୍ଜ୍ୱଳ ଐତିହ୍ୟର ପରିଚୟ ମିଳିଥାଏ । ଓଡ଼ିଶା ହିଁ ଜୈନ ଓ ବୋ÷ଦ୍ଧଧର୍ମର ମୁଖ୍ୟ ପ୍ରଚାରସ୍ଥଳୀ ଥିଲା । ବୋ÷ଦ୍ଧଧର୍ମ ମଗଧରେ ଜନ୍ମଲାଭ କରିଥିଲେ ମଧ୍ୟ ଓଡ଼ିଶାରେ ବିକଶିତ ହୋଇ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହୋଇଥିଲା । ବୁଦ୍ଧଦେବଙ୍କର ପ୍ରଥମ ଦୁଇଶିଷ୍ୟ ତପସୁ ଓ ଭଲ୍ଲିକ ଉକ୍ରଳବାସୀ ଥିଲେ । ସ୍ୱର୍ଣ୍ଣକାର ସରୋଡ୍ସଙ୍କ କନ୍ୟା ବିଶାଖା ଓ ନାପିତ ଉପାଳୀ ଆନନ୍ଦ ପ୍ରଭୃତି ବୁଦ୍ଧଙ୍କର ପ୍ରିୟଶିଷ୍ୟ ଓଡ଼ିଶାବାସୀ ତଥା ବୋ÷ଦ୍ଧ ଧର୍ମ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବୋ÷ଦ୍ଧଧର୍ମ ଓଡ଼ିଶା ମାଟିରେ ରାଜକୀୟ ପୃଷ୍ଠପୋଷକତା ଲାଭ କରି ବିକାଶର ଚରମ ସୀମାରେ ଉପନୀତ ହୋଇଥିଲା । ଓଡ଼ିଶାର ପୁଷ୍ପଗିରି, ରତ୍ନଗିରି, ଷୋଳସପୁର, ଜୟାଶ୍ରମ, ଉଦୟଗିରି, ଲଳିତଗିରି, ପରିମଳଗିରି ପ୍ରଭୃତି ବୋ÷ଦ୍ଧବିହାର ବିଶ୍ୱପ୍ରସିଦ୍ଧ ଥିଲା । ନାଗାର୍ଜୁନ, ଦିଙ୍ନାଗ, ଇନ୍ଦ୍ରଭୂତି, ଅନଙ୍ଗବ୍ରଜ, ପଦ୍ମସମ୍ଭବ, ଶାନ୍ତରକ୍ଷିତ, ବସୁବନ୍ଧୁ, ପୀତୋପାଦ, ଲକ୍ଷ୍ମୀଙ୍କରା, ବୋଧିଶ୍ରୀ, ନାରୋପା, କର୍ପୂରଶ୍ରୀ ରାହୁଲରୁଚି ପ୍ରଭୃତି ବୋ÷ଦ୍ଧସାଧନ ବୃନ୍ଦ ଅରକ୍ଷିତ ବୋ÷ଦ୍ଧଶାସ୍ତ୍ର ରଚନା କରି ଯାଇଛନ୍ତି ।
ଚନ୍ଦ୍ରଗୁପ୍ତଙ୍କ ପୌତ୍ର ଅଶୋକ ଅସୂୟାବଶତଃ କଳିଙ୍ଗ ଆକ୍ରମଣ କରିଥିଲେ ହେଁ ଅଗଣିତ ଓଡ଼ିଆଙ୍କ ସ୍ୱଦେଶ ପ୍ରୀତି ତାଙ୍କ ହୃଦୟରେ ଭାବାନ୍ତର ସୃଷ୍ଟି କରିଥିଲା । କରବାଳ ମାଧ୍ୟମରେ ରାଜ୍ୟ ଜୟର ବିଜୟୋଲ୍ଲାସ ତାଙ୍କ ହୃଦୟରେ ଆନନ୍ଦ ସୃଷ୍ଟି କରିପାରିନଥିଲା । ଓଡ଼ିଆଙ୍କ ଜାତୀୟତା ପ୍ରୀତି ହିଁ ଅଶୋକଙ୍କୁ ଧର୍ମାଶୋକରେ ରୂପାନ୍ତରିତ କରିଥିଲା । କଳିଙ୍ଗ ସମ୍ରାଟ ଖାରବେଳ ଭାରତର ପଶ୍ଚିମସୀମା ପର୍ଯ୍ୟନ୍ତ ବିଜୟ ବୈଜୟନ୍ତୀ ଉଡାଇଥିଲେ ମଧ୍ୟ ସ୍ୱକୀୟ ଉଦାରତା ଗୁଣରୁ କୋ÷ଣସି ରାଜ୍ୟର ସ୍ୱାଧୀନତାରେ ହସ୍ତକ୍ଷେପ କରିନଥିଲେ । ମଗଧ ସମ୍ରାଟ୍ ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ଅପହୃତ ଜୀନାସନକୁ ସେ ମହାସମାରୋହରେ ଓଡ଼ିଶାକୁ ଫେରାଇ ଆଣିଥିଲେ । ସେ ନିର୍ମାଣ କରିଥିବା ଗୁମ୍ଫା ଓ ଖୋଦନ କରାଇଥିବା ପ୍ରଶସ୍ତି ଅଦ୍ୟାବଧି ଜାଜ୍ଜ୍ୱଲ୍ୟମାନ । ଭୋ÷ମକର ରାଜବଂଶର ସାତଜଣ ରାଣୀ ସିଂହାସନ ଆରୋହଣ ପୂର୍ବକ ଅକ୍ଷୟ ଯଶ ରଖିଯାଇଛନ୍ତି, ଯାହା ବିଶ୍ୱ ଇତିହାସରେ ବିରଳ ଘଟଣା । ଭୋ÷ମକର ଯୁଗହିଁ ଓଡ଼ିଶାର ସୁବର୍ଣ୍ଣ ଯୁଗ ଥିଲା । ଏହି ସମୟରେ ଓଡ଼ିଆ ଭାଷା ପ୍ରଜ୍ଞାର ଐଶ୍ୱର୍ଯ୍ୟମୟ ଆଭାସରେ ଉଦ୍ଭାସିତ ହୋଇ ସିଦ୍ଧାଚାର୍ଯ୍ୟବୃନ୍ଦଙ୍କ ଦ୍ୱାରା ଚର୍ଯ୍ୟାପଦ ସୃଷ୍ଟି ହୋଇଥିଲା, ଯାହା ପୂର୍ବାଞ୍ଚଳ ଭାଷା ଗୋଷ୍ଠୀର ପ୍ରଥମ ସାହିତ୍ୟ । ଭୋ÷ମକର ବଂଶ ପରେ ସୋମବଂଶୀମାନେ ଓଡ଼ିଶାରେ ରାଜତ୍ୱ କରି ଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, କୁଶଳେଶ୍ୱର ମନ୍ଦିର, ଦଶାଶ୍ୱମେଧ ଘାଟ, କଟକର ପଥରବନ୍ଧ ପ୍ରଭୃତି କୀର୍ତ୍ତି ସ୍ଥାପନ କରିଯାଇଛନ୍ତି । ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିର ଆଚାର, ବିଚାର ଓ ସଂସ୍କୃତିର ପରିଚୟ ପ୍ରଚାରଦିଗରେ ସୋମବଂଶୀମାନେ ପ୍ରଯତ୍ନଶୀଳ ଥିଲେ । ତାଙ୍କ ପରେ ଗଙ୍ଗାବଂଶୀ ସମ୍ରାଟଗଣ ତିନିଶହବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଆଗଙ୍ଗା ଗୋଦାବରୀ ବିଶାଳ ଓଡ଼ିଶାକୁ ଶାସନ କରିଥିଲେ । ଗଙ୍ଗ ରାଜତ୍ୱରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, କପିଳାସର ଶିବ ମନ୍ଦିର, ରେମୁଣାର ଗୋପୀନାଥ ମନ୍ଦିର, ସୀମାଚଳର ନରସିଂହ ମନ୍ଦିର, ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପ୍ରଭୃତି ନିର୍ମାଣ ହୋଇଥିଲା । ଏହି ବଂଶର ତୃତୀୟ ଅନଙ୍ଗଭୀମ ଦେବ ବିଶାଳ ଓଡ଼ିଆ ସାସ୍ରାଜ୍ୟକୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସମର୍ପଣ କରିଥିଲେ । ସାମରିକ କୋ÷ଶଳ ଦ୍ୱାରା ସେମାନେ ଓଡ଼ିଶାର ସ୍ୱାଧୀନତା ଓ ଗୋ÷ରବ ରକ୍ଷା କରିପାରିଥିଲେ । ଏହି ସମୟରେ ମହାକବି ଜୟଦେବ ଶ୍ରୀଗୀତଗୋବିନ୍ଦ, ଜଗତଗୁରୁ ଶ୍ରୀଧର ସ୍ୱାମୀ ଭାଗବତ ଓ ଗୀତାର ବିଶ୍ୱ ପ୍ରସିଦ୍ଧ ଟିକା, କବିରାଜ ବିଶ୍ୱନାଥ ସାହିତ୍ୟ ଦର୍ପଣ ଓ ଅନ୍ୟାନ୍ୟ ପଣ୍ଡିତ ବହୁ ଶାସ୍ତ୍ର ରଚନା କରିଥିଲେ, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ । ପଞ୍ଚଦଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ରାଜନ୍ୟ ବୃନ୍ଦ ଗଜପତି ପଦବୀ ଧାରଣ କରି ଶ୍ରୀଜଗନ୍ନାଥଙ୍କୁ କରୁଣାରୁ ଓଡ଼ିଶାକୁ ଶାସନ କରିଥିଲେ । ଏହି ବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବ ଜାତ୍ୟାଭିମାନରେ ବିଶେଷ ଗୋ÷ରବ ଅର୍ଜନ କରୁଥିଲେ । ତାଙ୍କ ରାଜତ୍ୱରେ ମାଟିର ମହାକବି ସାରଳା ଦାସ ଓଡ଼ିଆ ସାହିତ୍ୟକୁ ବିଶାଳ ମହାଭାରତ ରୂପୀ ଜ୍ଞାନମୟ ପୁଷ୍ପମାଲ୍ୟରେ ସୁଶୋଭନ କରିଥିଲେ । କପିଳେନ୍ଦ୍ରଦେବ ଓଡ଼ିଆ ଭାଷାକୁ ରାଜକୀୟ ମାନ୍ୟତା ପ୍ରଦାନ କରିଥିଲେ । ତଦୀୟ ବଂଶଧର ପୁରୁଷୋତ୍ତମଦେବ ଓ ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ ଓଡ଼ିଶା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହି ସମୟରେ ଓଡ଼ିଶା ମାଟିରେ ପଞ୍ଚସଖା ଜନ୍ମଗ୍ରହଣ କରି ଦାର୍ଶନିକ ମୂଲ୍ୟବୋଧ ଭିତ୍ତିକ ଗ୍ରନ୍ଥ ରଚନା ପୂର୍ବକ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଥିଲେ । ସୂର୍ଯ୍ୟବଂଶ ପରେ ମୁକୁନ୍ଦଦେବ ସ୍ୱଳ୍ପକାଳ ରାଜତ୍ୱ କରିଥିଲେ ହେଁ ଅଦ୍ୟାବଧି ଲୋକସ୍ମୃତିରେ ଉଜ୍ଜୀବିତ ।
ଓଡ଼ିଆ ଭାଷା ଏକ ପ୍ରାଚୀନ, ସ୍ୱାତନ୍ତ୍ର୍ୟ, ସମୃଦ୍ଧ, ଉକ୍ରୃଷ୍ଟ, ମୋ÷ଳିକ, ମଧୁର ଶାସ୍ତ୍ରୀୟ ଭାଷା । ପୂର୍ବାଞ୍ଚଳ ଆର୍ଯ୍ୟଭାଷା ଓଡ଼ିଆ, ବଙ୍ଗଳା ଓ ଆସାମୀ ମଧ୍ୟରୁ ଓଡ଼ିଆ ଭାଷା ସ୍ୱକୀୟ ଉନ୍ନତ ଆହରଣ ଶୈଳୀରେ ପ୍ରଥମେ ବିକାଶ ଲାଭ ପୂର୍ବକ ଅପରୂପ ଭାଷା ବୈଭବରେ ସମୃଦ୍ଧ । ଓଡ଼ିଆ ଭାଷାର ଅନ୍ତର୍ନିହିତ ସ୍ୱରୂପ ସରଳ, ସୁବୋଧ ଓ ରସୋତ୍ତୀର୍ଣ୍ଣ । ସଂସ୍କୃତ, ଦ୍ରାବିଡ, ଆଦିବାସୀ, ପାରସିକ, ଆରବିକ, ପର୍ତ୍ତୃଗୀଜ, ଫରାସୀ ଓ ଇଂରାଜୀ ପ୍ରଭୃତି ଭାଷାର ବିଭବକୁ ନିଜସ୍ୱ କରି ଓଡ଼ିଆ ଭାଷା ସମୟ କ୍ରମେ ଆପଣାର କଳେବର ବୃଦ୍ଧି କରି କରିଅଛି । ଏହି ଭାଷାର ଲପି, ଶବ୍ଦ ବିଭବ, ଧ୍ୱନିବିଜ୍ଞାନ, ରୂପତତ୍ତ୍ୱ ତଥା ଅଳଙ୍କାରର ସ୍ୱାତନ୍ତ୍ର୍ୟ ରହିଛି । ଓଡ଼ିଆ ସାହିତ୍ୟର ଭାବଗାମ୍ଭୀର୍ଯ୍ୟ ଓ ରୂପ ମାଧୁର୍ଯ୍ୟ ଅନନ୍ୟ ଓ ଅନୁପମ ।
ଓଡ଼ିଶା ଉଡ୍ଡୀୟାନ ପୀଠ ନାମରେ ତନ୍ତ୍ର ଶାସ୍ତ୍ରରେ ସୁବିଦିତ । ଓଡ଼ିଶା ମାଟିରେ ବ୍ରାହ୍ମଣ ତନ୍ତ୍ର, ଶାବରତନ୍ତ୍ର, ଜୈନତନ୍ତ୍ର ଓ ବୋ÷ଦ୍ଧତନ୍ତ୍ର ବିକାଶ ଲାଭ କରିଅଛି । ଓଡ଼ିଶା ଭୂଖଣ୍ଡରେ ପ୍ରତ୍ୟେକ ଜନବସତି ନିକଟରେ ତନ୍ତ୍ରାରାଧ୍ୟା ଦେବୀ ଗ୍ରାମଦେବତୀ ରୂପେ ବିରାଜିତା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ପ୍ରାଚୀ, ଚିତ୍ରୋତ୍ପଳା, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଋଷିକୂଲ୍ୟା, ବଂଶଧାରା, ଦେବୀ, ଦୟା, ଭାର୍ଗବୀ, ଇନ୍ଦ୍ରାବତୀ ପ୍ରଭୃତି ପୁଣ୍ୟସଲିତା ନଦୀ ସମୂହ ଓଡ଼ିଶା ମାଟିକୁ ପୂତ ଓ ପବିତ୍ର କରୁଅଛନ୍ତି । ଏହି ପବିତ୍ର ଭୂଖଣ୍ଡରେ ନୀଳାଚଳ, ମହେନ୍ଦ୍ରାଚଳ, ସ୍ୱର୍ଣ୍ଣଚାଳ, ଗନ୍ଧମାର୍ଦ୍ଦନ, କପିଳାସ, ସପ୍ତଶଯ୍ୟା, ମଣିନାଗ ତମଘାସନ, ମାଲ୍ୟଗିରି, ଖଣ୍ଡଗିରି, ଉଦୟଗିରି, ଧବଳଗିରି, ରତ୍ନଗିରି , ଦେଓମାଳି, ମହାଗିରି ପ୍ରଭୃତି ଗିରିତୀର୍ଥ ଅବସ୍ଥିତ । ଶ୍ରୀକ୍ଷେତ୍ର ନୀଳାଚଳ, ଏକାମ୍ରକ୍ଷେତ୍ର ସ୍ୱର୍ଣ୍ଣାଦି, ଅର୍କକ୍ଷେତ୍ର କୋଣାର୍କ, ବିରଜାକ୍ଷେତ୍ର, ଯାଜପୁର, ଶୈବ ଶୈଳତୀର୍ଥ କପିଳାସ, ନୃସିହକ୍ଷେତ୍ର ହରିଶଙ୍କର, ତୁଳସୀକ୍ଷେତ୍ର କେନ୍ଦ୍ରାପଡା, ରମଣୀୟ ଗୁପ୍ତବୃନ୍ଦାବନ ରେମୁଣା, ଗଣପତିକ୍ଷେତ୍ର ମହାବିନାୟକ, ତାରିଣୀକ୍ଷେତ୍ର ଘଟଗାଁ, ଅଗଣିତ ଶକ୍ତିପୀଠ ଓ ଶୈବପୀଠ ଏହାର ଗର୍ବ ଓ ଗୋ÷ରବ ।
ଭାରତୀୟ ଇତିହାସରେ ସମର ବିଶାରଦ ଜାତିମାନଙ୍କ ମଧ୍ୟରେ ଓଡ଼ିଆଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିବିବଦ୍ଧ । ଏକଦା ଆକୁମାରୀ ହିମାଚଳ ଓଡ଼ିଆଙ୍କ ଶୋ÷ର୍ଯ୍ୟ ଓ ବୀର୍ଯ୍ୟରେ ପ୍ରକମ୍ପିତ ହେଉଥିଲା । ମୋର ଗର୍ବ ସେହି ଓଡ଼ିଆମାନଙ୍କର ମୁଁ ବଂଶଧର, ପବିତ୍ର ଓଡିଶାରେ ମୋର ଜନ୍ମ ଏବଂ ଓଡ଼ିଆ ସ୍ୱାଭିମାନର ସହ ଜୀବନଯାପନ ମୋ ନିମିତ୍ତ ଶ୍ରେୟ । ସେହିପୂର୍ବ ପ୍ରତିଷ୍ଠା ସ୍ମରଣର କ୍ଷୀଣ ଗୋ÷ରାବାନୁଭୂତି ତଥା ନିଷ୍ପ୍ରଭ ଗର୍ବବୋଧରେ ଅଗଣିତ ପାଠକଙ୍କୁ ଉଦ୍ବୁଦ୍ଧ କରାଇବା ନିମିତ୍ତ ମୁଁ ରଚନା କଲି ‘ମୋ ଦୃଷ୍ଟିରେ ଓଡ଼ିଶା’ । ଏକତିରିଶି ଗୋଟି ପରିଚ୍ଛେଦ ବିଶିଷ୍ଟ ସେହି ପୁସ୍ତକଟି କଟକ ଷ୍ଟୁଣ୍ଡେଣ୍ଟସ ଷ୍ଟୋର ଦ୍ୱାରା ପ୍ରକାଶିତ ହୋଇ ବିଶେଷ ପାଠକୀୟ ଆଦୃତ ଲାଭ କଲା । ଓଡ଼ିଶାର ପୂର୍ଣ୍ଣାଙ୍ଗ ଗବେଷଣାତ୍ମକ ଇତିହାସ ଲେଖିବାର ସଂକଳ୍ପ ନେଇ ମା’ ଶାରଳାଙ୍କୁ ପ୍ରଣତି ଜଣାଇଲି ଏବଂ ଆଶା ରଖିଥିଲେ ଯେ ଜଗଜ୍ଜନନୀ ନିଶ୍ଚୟ କୃପା କରିବେ ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨