ମୋବାଇଲ୍ ଲୁଟେରା ଗିରଫ

 ଜଟଣୀ  : ଗତକାଲି ଦିନବେଳା ଯାଜ୍ଞସେନୀ ପାହାଡ଼ସିଂହ ନାମକ ଜଣେ ଛାତ୍ରୀ ରେଳବାଇ ମାର୍କେଟକୁ ଯାଉଥିବା ଗୋଲେଇ ଷ୍ଟେସନ ଛକ ହୋଇ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଦୁଇଜଣ ଲୁଟେରା ଏକ ନାଲି ରଙ୍ଗର ମୋଟରସାଇକଲ୍ରେ ଆସି ତାଙ୍କ ଫୋନଟିକୁ ଝାମ୍ପି ନେଇ ପଳାଇଥିଲେ  । ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ପକ୍ଷରୁ ତନାଘନା କରାଯାଇ ବୁଢ଼ାପଡା ଗ୍ରାମର ଯଥାକ୍ରମେ ବୃନ୍ଦାବନ ସାହୁ (୨୬) ଓରଫ ଚିକୁ ଓ ସୁରେଶ ବେହେରା (୨୯) ଓରଫ ଚନ୍ଦାଙ୍କୁ ଲୁଟ ମୋବାଇଲ ଫୋନ ସହିତ ଲୁଟରେ ବ୍ୟବହୃତ ଓଡ଼ି୧୩ଏନ୬୭୧୨ ନମ୍ବର ବିଶିଷ୍ଟ ଟିଭିଏସ୍ ରାଇଡ଼ର ଗାଡ଼ିଟି ଜବତ କରାଯାଇଥିଲା  ।