ଯମୁନାରାଣୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ଅଧିନସ୍ଥ ଗୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଯମୁନାରାଣୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇ ଛି ।ଶ୍ରୀମତୀ ନାୟକ ଜଣେ ଭଲ ଶିକ୍ଷୟତ୍ରୀ ସହ, ଉତ୍ତମ ଶିକ୍ଷାଦାତା ହିସାବରେ ଉକ୍ତ ଅଞ୍ଚଳରେ ପରିଚିତ ସହ ଜଣେ ଛାତ୍ର ବସ୍ତ୍ରଳ ଓ ପରୋପକାରୀ ଶିକ୍ଷୟତ୍ରୀ ଭାବେ ପରିଚିତ । ସେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସହ ଜଡିତ । ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଡୁଡୁମା ଗ୍ରାମର ସ୍ୱର୍ଗତ ଆର୍ତ୍ତବନ୍ଧୁ ନାୟକଙ୍କ କନିଷ୍ଠ ପୁତ୍ରବଧୂ ହୋଇଥିବା ବେଳେ, କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ପଣସପଦା ହରିଶ୍ଚରଦେବ ଧନ୍ଦାମୂଳକ ବିଜ୍ଞାନ ଉଚଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଦୟାସାଗର ନାୟକଙ୍କ ଧର୍ମପନôୀ ।