ଜିଲ୍ଲାସ୍ତରୀୟ ବିଚ୍  ଭଲ୍ଲିବଲ୍ ପ୍ରତିଯୋଗିତା

 ପାରାଦୀପ : ଜିଲ୍ଲା ସ୍କଲ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଚ୍ ଭଲ୍ଲିବଲ ପ୍ରତିଯୋଗିତା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରାଦୀପରେ ଅନୁଷ୍ଠିତ ହୋଇଛି । ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ରବୀନ୍ଦ୍ର ଦାସ, ବରିଷ୍ଠ କ୍ରୀଡ଼ାବିତ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତାଳନ କରିବା ସହ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧରେ ସମ୍ମାନିତଅତିଥି ନିରଞ୍ଜନ ଅତି, ପ୍ରଧାନଶିକ୍ଷକ ମୁ୍ୟନିସିପାଲ ହାଇସ୍କୁଲ ପାରାଦୀପ, ସୁକାନ୍ତ ସ୍ୱାଇଁ ସିଆରସିସି, କାଳନ୍ଦୀ ଚରଣ ନାଥ ପ୍ରମୁଖ ଯୋଗ ଦେଇଥିବା ବେଳେ, ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ଧରଣୀଧର ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।  କୁଜଙ୍ଗ ବ୍ଲକ କ୍ରୀଡା ସମ୍ପାଦକ ରଶ୍ମୀକାନ୍ତ ଦାସ ଏହି ଜିଲ୍ଲାସ୍ତରୀୟ ବିଚ୍ ଭଲ୍ଲୀବଲ ପ୍ରତିଯୋଗିତାକୁ ପରିଚାଳନା କରିବା ସହ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରାଦୀପର କ୍ରୀଡା ଶିକ୍ଷକ ପ୍ରଦୀପ୍ତ ନାୟକଙ୍କ ତତ୍ୱାବଧାନରେ ସମୁଦାୟ ବ୍ଲକର ମୋଟ ୨୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ୧୭ ବର୍ଷରୁ କମ ବାଳକ ବିଭାଗରେ କୁଜଙ୍ଗ ବ୍ଲକ ଚାମ୍ପିଅନ୍ ହୋଇଥିବା ବେଳେ, ୧୭ବର୍ଷରୁ କମ୍ ବାଳିକା ବିଭାଗରେ ଜଗତସିଂହପୁର ଚାମ୍ପିଅନ୍ ହୋଇଥିଲା । ପ୍ରତିଯୋଗିତାରେ ଅବଦୁଲ ହମିଦ, ମିଲନ ଓଝା, ସଞ୍ଜୟ ଭୋଇ, ରଶ୍ମି ରଞ୍ଜନ ଦାସ, ସୁବ୍ରତ ଚାନ୍ଦ, ବିକ୍ରମ ମହାପାତ୍ର ଯୋଗଦେଇଥିବା ବେଳେ, ଭୁବନ ମୋହନ ଦାସ କ୍ରୀଡା ନିରୀକ୍ଷକ ଭାବେ ସମ୍ପାଦନ କରିଥିଲେ ।