ଅଧପନ୍ତରିଆ ହୋଇ ପଡ଼ିରହିଛି କଲୋନୀ ଦହଗଞ୍ଜରେ ଜୀବନ ବିତାଉଛନ୍ତି ମାଙ୍କେଡିଆ ବାସିନ୍ଦା
ାା ପ୍ରଭାନୁ୍ୟଜ ।ା କାଳିଆପାଣି :କ୍ରୋମ୍ ଉତ୍ପାଦନ ପାଇଁ ସୁକିନ୍ଦାକୁ କୁହଯାଏ ସୁନାର ସୁକିନ୍ଦା । ହେଲେ ସୁନାର ସୁକିନ୍ଦାରେ ଖଣିଜ ପାଣ୍ଠିର ସଦବିନିଯୋଗ ବଦଳରେ ହରିଲୁଟ ହେବାରେ ଲାଗିଛି । ଯାହାର ବଡ଼ ଉଦହାରଣ ହେଉଛି ମାଙ୍କେଡ଼ିଆ କଲୋନୀ । ସୁକିନ୍ଦା ବ୍ଲକ ସ୍ଥିତ ରାଁସୋଳ ପଞ୍ଚାୟତର ମହ୍ଲାର ସାହିରେ ବସବାସ କରୁଥିବା ୮୭ ଗୋଟି ପରିବାର ପାଇଁ ଯାହା ପାଞ୍ଚବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିଲା । ମାଙ୍କେଡ଼ିଆ କିଭଳି ଉନ୍ନତ ଶୈଳୀରେ ଜୀବନଯାପନ କରିବେ ସେ ଦିଗରେ ଜିଲା ଖଣିଜ ପାଣ୍ଠିରୁ ୩କୋଟି ୨୫ ଲକ୍ଷ ଟଙ୍କା ୧୮ହଜାର ୩୯୨ ଟଙ୍କା ବରାଦ କରାଯାଇଥିଲା ।
କୁସୁମଡିହା ଠାରେ ପ୍ରତି ପରିବାରକୁ ଗୋଟିଏ ପକ୍କା ଘର ସହିତ, ଶୌଚାଳୟ, ପିଇବାପାଣି, ଆଲୋକ ସବୁର ସୁବ୍ୟବସ୍ଥା ଥିବା କଲୋନୀ ନିର୍ମାଣର ଶୁଭ ପଡ଼ିଥିଲା । ପ୍ରତି ପରିବାରଙ୍କ ପାଇଁ ୩୫୮ ବର୍ଗ ଫୁଟ ଜମିରେ ସ୍ୱତନ୍ତ୍ର ଅଲଗା ସ୍ନାନଘର ଓ ପାଇଖାନାର ବ୍ୟବସ୍ଥା ପ୍ରଭୃତି ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ବହୁମୁଖି କମୁ୍ୟନିଟି ସେଣ୍ଟର୍ ୧୭୪୦ ବର୍ଗଫୁଟ ପରିମିତ ଅଞ୍ଚଳରେ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ତା୧୭ା୧ା୨୦୧୯ରେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ମାଙ୍କେଡିଆ ବିସ୍ଥାପିତ କଲୋନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମାଙ୍କେଡିଆ ଜନଜାତିଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାପାଇଁ ନିଆଯାଇଥିବ ପଦକ୍ଷେପକୁ ସାକାର କରିବା ପାଇଁ ପ୍ରାକ୍ତନ ଜିଲାପାଳ ରଞ୍ଜନ କୁମାର ଦାସ, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଡିଏମଏଫ୍ ସଂଯୋଜକ ସୁବାଶିଷ କୁମାର ପ୍ରମୁଖ ମହ୍ଲାର ସାହି ପରିଦର୍ଶନ କରି ବିସ୍ଥାପିତ ବସ୍ତିର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଏପ୍ରିଲ ମାସ ୨୦୨୦ମସିହା ସୁଦ୍ଧା ଘର ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସମାପ୍ତ ପାଇଁ ସେ ସମୟରେ ଜିଲାପାଳ ନିଦେ୍ର୍ଦଶ ଦେଇଥିଲେ । ସେହିପରି ମାଙ୍କେଡିଆ ଯେପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦୈନନ୍ଦିନ ଜୀବନଯାପନ ନିର୍ବାହ ପାଇଁ ସକ୍ଷମ ହେବେ ସେଥିପାଇଁ ଜୀବିକା ମିଶନ ମ୍ୟାପ ପ୍ରସ୍ତୁତ କରି ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଭିତିପ୍ରସ୍ତର ପଡ଼ିବା ଦିନଠୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା କାମ ସମ୍ପୂର୍ଣ୍ଣ ଶେଷ ହେବାର ନାଁ ଧରୁନି । ଅଧପନ୍ତରିଆ ହୋଇ ପଡ଼ିରହିଛି ମାନଙ୍କେଡିଆ ବସ୍ତି । ଅନ୍ୟପଟେ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଥିବା କୋଠା ଗୁଡ଼ିକ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ଭାଙ୍ଗି ଗଲାଣି । ଗୃହ ନିର୍ମାଣ ପାଇଁ ଅର୍ଥ ବିନିଯୋଗ ହେଲା ଗୃହ କାର୍ଯ୍ୟ ଆରମ୍ଭ ହେଲା ସତ ଶେଷ ହେବାର ନାଁ ଧରୁନି । ବସ୍ତି ଅଧାପନ୍ତରିଆ ହୋଇ ପଡିରହିଥିବା ବେଳେ ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଥିବା ମହ୍ଲାର ସାହିରେ ଅତ୍ୟନ୍ତ ଦହଗଞ୍ଜ ଜୀବନ ବିତାଉଛନ୍ତି । ବସବାସ କରୁଥିବା ବେଳେ କେତେ ପରିବାରଙ୍କ ଜୀବନ ଦ୍ୱୀପ ମଧ୍ୟ ଲିଭିଗଲାଣି । ୨୦୧୯ ନିର୍ବାଚନ ପୂର୍ବରୁ ଉପେକ୍ଷିତ ଆଦିବାସୀ ମାଙ୍କେଡିଆ ବସ୍ତିର ବିସ୍ଥାପିତକୁ ନେଇ ବିଧାୟକ ଯେଉଁ ମାଙ୍କେଡିଆଙ୍କୁ ସ୍ୱପ୍ନ ଦେଖାଇଥିଲେ ସେହି ସ୍ୱପ୍ନ କଣ ସ୍ୱପ୍ନରେ ରହିଯିବ କି? ୪ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ଦେଉନି । ଅର୍ଥ ବିନିଯୋଗ ହେଲା, ଚୁକ୍ତିବଦ୍ଧ ହେଲା କାର୍ଯ୍ୟ ଆରମ୍ଭ ହେଲା ହେଲେ କାର୍ଯ୍ୟ ଶେଷ ହେଲା ନାହିଁ କାହିଁକି ତାହା ପ୍ରଶ୍ନବାଚୀ ହୋଇରହିଛି । ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ବିକାଶ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଉନ୍ନତି ମୂଳକ କାର୍ଯ୍ୟ କାହିଁକି ଅଧାପନ୍ତରିଆ ହୋଇ ପଡ଼ିରହିଛି ଏହି ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । କାର୍ଯ୍ୟରେ ବିନିଯୋଗ ହୋଇଥିବା ଅର୍ଥ ବାଟମାରଣା ହୋଇ ନାହିଁ ତ? ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଖାସ କରି ସ୍ଥାନୀୟ ବିଧାୟକ ଏହାକୁ ଉପରେ ଦୃଷ୍ଟି ଦେଇ କାର୍ଯ୍ୟ ସମାପ୍ତ କରିବା ପାଇଁ ଦାବି ହୋଇଛି । ଗୋଟିଏ ପଟେ ମାଙ୍କେଡିଆ ବସ୍ତି ନିର୍ମାଣ କରିବା ପାଇଁ ସରକାର ଆନ୍ତରିକତା ଦେଖାଉନଥିବା ବେଳେ ବାସିନ୍ଦାଙ୍କୁ ଜବରଦଖଲ କାରଣ ଦର୍ଶାଅ ନୋଟିସ୍ ସରକାରଙ୍କ ମାଙ୍କେଡିଆଙ୍କ ପ୍ରତି ଏହାକି ପ୍ରକାର ଦରଦ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।