ଯଯାତି ମହୋତ୍ସବର ୨ୟ ସନ୍ଧ୍ୟା

 ଯାଜପୁର ଟାଉନ: : ରବିବାରଯାଜପୁର ଜିଲ୍ଲା ଯଯାତି-୨୦୨୫ ମହୋତ୍ସବର ୨ୟ ସନ୍ଧ୍ୟା ପ୍ରଶାସନିକ ଭବନ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ୨ୟ ସନ୍ଧ୍ୟାରେ ଓଲିଉଡ୍  ଗାୟକ ସତ୍ୟଜିତ ପ୍ରଧାନ ଗୀତ ଗାଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ଏହି ୨ୟ ସନ୍ଧ୍ୟାକୁ ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଏଡିଏମ ଶୁଭେନ୍ଦ୍ର କୁମାର ସାମଲ, ଯାଜପୁର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଦାୟୀତ୍ୱରେ ଥିବା ଲମ୍ପୋଦର ଖୁଂଟିଆ, ଡି.ଏମ.ଏଫ୍ ଅଧିକାରୀ ଡଃ କୁମାର ସୁବାଶିଷ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ସନ୍ଧ୍ୟାରେ ରାଜସ୍ଥାନୀ ଚକି୍ର ଡ୍ୟାନ୍ସ, ଗୁଞ୍ଜନ ଡ଼୍ୟାନ୍ସ, ଓଡ଼ିଶି ଡ଼୍ୟାନ୍ସ, ପୁରୁଲିଆ ଛାଉ ନୃତ୍ୟ ପରିବେଷଣ କରଯାଇଥିଲା । ଘୋଷକ ସଞ୍ଜିବ ଏବଂ ଘୋଷିକା ଲୋରିଆ ମଂଚ ପରି·ଳନା କରିଥିଲେ ।