ଗୋଚର ଜବର ଦଖଲ, ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଫେରାଦ

ାା ପ୍ରଭାନୁ୍ୟଜ ।ା ଦଶରଥପୁର :  ଏହି ତହସିଲ ଅନ୍ତର୍ଗତ କନିକାପଡା ପଞ୍ଚାୟତ ତେନ୍ତୁଳିଢ଼ିହ ରାଜସ୍ୱ ନିରୀକ୍ଷକ ଅଧିନରେ ଥିବା ମଙ୍ଗଳପୁର ବଜାର ସଂଲଗ୍ନ ମହିଳା ମହାବିଦ୍ୟାଳୟକୁ ଲାଗି ଯୋଗେନ୍ଦ୍ର ସାହୁଙ୍କ ୩ ମହଲା କୋଠା ସମ୍ମୁଖରେ କିଛି ଗୋଚର ଯାଗା ରହିଥିଲା । ଯେଉଁ ଗୋଚର ଜାଗାଟି ଗୃହ ଓ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ରହିଥିବା ବେଳେ ଉକ୍ତ ଗୋଚର ଜାଗାକୁ ଲାଗି ପାଣି ନାଳ ରହିଛି । ମାତ୍ର କିଛି ଅସାଧୁ ବ୍ୟକ୍ତି ଉକ୍ତ ଗୋଚର ଜାଗାକୁ ୮/୧୦ଦିନ ହେବ ଜୋର ଜବରଦସ୍ତ ଦଖଲ କରି ସେଠାରେ ବାଡ଼ ବୁଜି ଘେର ବନ୍ଦି କରି ରଖିଛନ୍ତି । ଏନେଇ ମଙ୍ଗଳପୁର ବଜାରର କିଛି ବ୍ୟବସାୟୀ ଓ ଶ୍ରୀରାମପୁର ଗ୍ରାମର କିଛି ବ୍ୟକ୍ତି ଦଶରଥପୁର ତହସିଲଦାରଙ୍କୁ ଭେଟି ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଉକ୍ତ ଗୋଚର ପ୍ଲଟ ଉପରେ ମଙ୍ଗଳପୁର ବଜାରକୁ ଆସୁଥିବା ସାଧାରଣ ଲୋକେ ଓ ବ୍ୟବସାୟୀ ମାନେ ଚଳ ପ୍ରଚଳ କରିଥାନ୍ତି । ସେହିପରି ଉକ୍ତ ଗୋଚର ପ୍ଲଟକୁ ଲାଗି ତେନ୍ତୁଳିଢିଅ ମୌଜାର ଖାତା ନମ୍ବର ୨୬୬ ପ୍ଲଟ ନମ୍ବର ୩୮୬୯ ଜାଗାଟିକୁ ଶ୍ରୀରାମପୁର ଯୁବକ ସଙ୍ଘ ଓ ମଙ୍ଗଳପୁର କଳା ବିକାଶ କେନ୍ଦ୍ର ନାମରେ କବଲା ହୋଇଥିବା ବେଳେ କନିକାପଡା ମୌଜାଟି ନଟ୍ ଫାଇନାଲ ଏରିଆ ହୋଇଥିବାରୁ ସେମାନଙ୍କୁ ପଟ୍ଟା ମିଳିପାରିନାହିଁ । ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ସରକାରୀ ଯାଗା ଗୁଡିକୁ ଜବର ଦଖଲ ମୁକ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ଅବମାନନା କରି ଜବର ଦଖଲକାରି ବେଆଇନ ଭାବେ ସରକାରୀ ଜାଗାକୁ ଦଖଲ କରିଥିବାରୁ ଖୁବ ଶୀଘ୍ର ସରକାରୀ ଜାଗାରୁ ଜବର ଦଖଲମୁକ୍ତ କରିବା ପାଇଁ ତହସିଲଦାର, ଆରଡିସି କଟକ, ଜିଲାପାଳ ଯାଜପୁର, ଆରାଇ ତେନ୍ତୁଳିଢିଅ ଓ ମଙ୍ଗଳପୁର ଥାନା ଅଧିକାରୀଙ୍କ ନିକଟରେ ଅଞ୍ଚଳବାସି ଦାବି କରିଛନ୍ତି ।