ଯୁବ ଇଞ୍ଜିନିୟର ଟିକିନା ପାଢ଼ୀଙ୍କ ପରଲୋକ

 ଆନନ୍ଦପୁର: ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ୬ନମ୍ବର ୱାର୍ଡ ବାସିନ୍ଦା ଯୁବ ଇଂଜିନିୟର ଟିକିନା ପାଢ଼ୀ (୪୦)ଙ୍କ ପରଲୋକ ଘଟିଛି । ସୂଚନା ମୁତାବକ ଇଞ୍ଜିନିଅର ଟିକିନା କିଛିଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସକାଳେ ହୃଦଘାତ କାରଣରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ପ୍ରଚାରିତ ହେବା ମାତ୍ରେ ଶୋକର ଛାୟା ଖେଳିଯାଇଥିଲା । ସ୍ୱର୍ଗତ ପାଢ଼ୀ ଭୁବନେଶ୍ୱରରେ ଏକ ଘରୋଇ ବିଭାଗରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଖବରପାଇ ଜିଲା ବିଜୁ ଯୁବ ସଭାପତି ରାକେଶ ରାମ, ଦେବରଞ୍ଜନ ସାହୁ, ପ୍ରେସ ପରିଷଦ ସଭାପତି ନିରାକାର ଦଳେଇ, ସମ୍ପାଦକ ହରେକୃଷ୍ଣ ପାତ୍ର, କାଉନସିଲର ପ୍ରତିନିଧି ସତ୍ୟବ୍ରତ ରାମ, ୭ ନମ୍ବର ୱାର୍ଡ କାଉନସିଲର କୃଷ୍ଣ ରଣା, ବରିଷ୍ଠ ବିଜେଡି ନେତ୍ରୀ ମମତାରାଣୀ ଜେନା, ନିରାକାର ସାହୁ, ଦେବାଶିଷ ରାମ, ସାଙ୍ଗ କୁନୁ ରାମ, କୁନା ସିଂ, ଦିପୁ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିି ଶେଷ ଦର୍ଶନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପନôୀ ପ୍ରୀତି ସୁଚରିତା, ଭ୍ରାତା ଇଂ କିରନ, ବାବି, ବୁନୁ, ଚିକୁ, ଭାଉଜ କବିତା, କୁନମୁନି, ଟ୍ୱିଙ୍କିଲ, ସ୍ୱାତୀ, ଭଉଣୀ ମଧୁସ୍ମିତା, ଭିଣେଇ ବିଷ୍ଣୁ ପ୍ରସାଦ, ପୁଅ ଶ୍ରୀକ୍ଷେତ୍ର, ପୁତୁରା ନିର୍ମାଲ୍ୟ, ଭଣଜା ରୁଦ୍ର, ଭାଣିଜୀ ଈଶ୍ୱରୀଙ୍କ ସମେତ ସମସ୍ତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମର ଶରୀର ପୈତୃକ ଗ୍ରାମରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ନିଆଯାଇ ବୈତରଣୀ ନଦୀ କୁଳରେ ଅନ୍ତିମ ସଂସ୍କାର କରାଯାଇଥିଲା ।  ପୁଅ ଶ୍ରୀକ୍ଷେତ୍ର ପ୍ରସାଦ ମୁଖାଗ୍ନୀ ଦେଇଥିଲେ ।