ଯୁବକକୁ ଆକ୍ରମଣ କରି ବାଇକ ଓ ମୋବାଇଲ ଲୁଟ୍

 ଧର୍ମଶାଳା : ଏହି ଥାନା ୧୬ନଂ ଜାତୀୟ ରାଜପଥର ରଥିଆ ଛକ ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ବାଇକ ଓ ମୋବାଲ ଲୁଟି ନେଇଥିବା  ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବଡମଙ୍ଗଳପୁର ଗ୍ରମର ସ୍ୱର୍ଗତ ଗିରିଧାରୀ ସାମଲଙ୍କ ପୁତ୍ର ସଞ୍ଜୟ ଗତକାଲି ରାତିରେ ଚଣ୍ଡିଖୋଲରୁ ରାତି ପ୍ରାୟ ସାଢେ ୧୦ଟାରେ ଘରକୁ ଫେରୁଥିବା ବେଳେ ରଥିଆ ଛକ ନିକଟରେ ୩ଜଣ ତାଙ୍କୁ ଅଟକାଇ ମାଡ ମାରିବା ସହିତ ତାଙ୍କର ଟିଭିଏସ ରାଇଡର ବାଇକ ଓ ମୋବାଲ ଫୋନକୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ଆକ୍ରମଣରେ ଲହୁଲୁହାଣ ହୋଇ ସେଠାରେ ପଡିଥିବା ଖବର ପାଇ ପୁଲିସ  ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭତ୍ତ କରିଥିଲେ । ଆହତ ସଞ୍ଜୟ ଆଜି ସୁସ୍ଥ ପରେ ଘଟଣା ସଂପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୩୮୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଧର୍ମଶାଳା ଅଞ୍ଚଳରେ ଗତ କିଛି ଦିନ ହେବ ଚୋରୀ ଓ ରାହାଜାନୀ ଦିନକୁ ଦିନ ବଢିିବାରେ ଲାଗିଛି ।