ଷଷ୍ଠ ଥର ସଭାପତି ହେଲେ ପ୍ରଦୀପ
ଛତ୍ରପୁର: ଛତ୍ରପୁର ଓକିଲସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ ମତଦାନ ହେବା ସହିତ ଫଳାଫଳ ଘୋଷାଣ ହୋଇଯାଇଛି । ପ୍ରଦୀପ କୁମାର ପାଢୀ ଷଷ୍ଠ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସମ୍ପାଦକ ପଦବୀ ପାଇଁ ଏସ ଶ୍ୟାମ କୁମାର ଓ ସୁରେଶ କୁମାର ପଟ୍ଟନାୟକ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଏସ ଶ୍ୟାମ କୁମାର ରାଓ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ପଦବୀ ନିମନ୍ତେ ଚୈତନ୍ୟ ପ୍ରଧାନ, ଭୈରବୀ କୁମାର ପଟ୍ଟନାୟକ ଓ ସମୀର କୁମାର ପାଣିଗ୍ରାହୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ସେଥିରେ ଚୈତନ୍ୟ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଯୁଗ୍ମ ସମ୍ପାଦକ ଭାବେ ଅନାମ ଚନ୍ଦ୍ର ପ୍ରଧାନ, ଲାଇବ୍ରେରୀ ସେକ୍ରେଟାରୀ ଭାବେ ବିଶ୍ୱ ଭୂଷଣ ପାଢୀ, ସହସମ୍ପାଦକ ଭାବେ ଜି କେଶବ ଶେଖର ରେଡ୍ଡୀ, କୋଷାଧ୍ୟକ୍ଷ ଭାବେ ସଂଜୟ କୁମାର ବେହେରା ଓ କାର୍ଯ୍ୟକାରୀ ସଦସ୍ୟ ଶିବ ପ୍ରସାଦ ସାହୁ ନିଦ୍ୱନ୍ଦ ଭାବେ ବିଜୟୀ ହୋଇଥିଲେ ।