ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ମାମଲା ରୁଜୁ
ରାଇଘର : ରାଇଘର ଅଞ୍ଚଳରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ୍ ହେବାର କିଛି ଦିନ ବିତିଥିବା ବେଳେ ପୁଣି ଆଉ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରଲ ହେବାରେ ଲାଗିଛି । ଯାହାଫଳରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ପୁଣି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘଟିଛି । ସୂଚନା ପ୍ରକାରେ ଉକ୍ତ ଯୁବତୀଙ୍କ ସହ ଜଣେ ଯୁବକ ଫେସ୍ବୁକରେ ବନ୍ଧୁତା କରିଥିଲେ । କିଛି ଦିନ ବନ୍ଧୁତା ହେବା ପରେ ସେମାନଙ୍କ ସମ୍ପର୍କ ଆହରି ନିବିଡ଼ ହୋଇଥିବାବେଳେ ଯୁବକ ଜଣଙ୍କ ତାଙ୍କ ସହ ଶାରିରୀକ ସମ୍ପର୍କ ରହିବା ପାଇଁ କହିଥିଲେ । ହେଲେ ଯୁବତୀ ଜଣଙ୍କ ମନା କରିଦେଇଥିଲେ । କିନ୍ତୁ ଯୁବକ ଜନକ ଯୁବତୀଙ୍କୁ ଗୋଟିଏ ଫୋଟୋକୁ ଏଡିଟିଙ୍ଗ କରି ଅଶ୍ଳୀଳ ରୂପ ଦେଇ ମୋବାଇଲକୁ ମୋବାଇଲ ଛାଡି ଭାଇରାଲ୍ କରିଥିଲେ । ଯାହାଫଳରେ ଯୁବତୀଙ୍କ ରାଇଘର ଥାନାର ଦ୍ୱାରସ୍ଥ ହୋଇ ଉକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ରାଇଘର ପୋଲିସ କେସ ନମ୍ବର ୧ ୬ ୪ /୨ ୫ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।