ଶିକ୍ଷକ ଓ କର୍ମଚାରୀ ଅଭାବ ନେଇ ଗଣଧାରଣା : ବ୍ଲକ୍ ଓ ଅତିରିକ୍ତ ଶିକ୍ଷାଧିକାରୀ ବୁଝାଇବାକୁ ଆସି ଅଟକ ରହିଲେ
ବିଞ୍ଝାରପୁର: ପ୍ରୀତିପୁର ଅଞ୍ଚଳର ବହୁ ପୁରାତନ ଶିକ୍ଷାନୁଷ୍ଠାନ ବିନୋଦ ବିହାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ପୁରାତନ ଛାତ୍ର । ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ରହିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ବି କର୍ଣ୍ଣପାତ କରୁନାହାନ୍ତି ଜିଲ୍ଲା ଶିକ୍ଷାଅଧିକାରୀ । ଯାହା ଶିକ୍ଷକ ଓ କିରାଣୀ ରହିଥିଲେ ସେମାନଙ୍କୁ ମଧ୍ୟ ରାତି ଅଧିଆ ବଦଳି କରାଯାଇଛି । ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢୁଥିବା ବେଳେ କେବଳ ଭରସା ୪ ଜଣ ଶିକ୍ଷକ । ଯାହାକୁ ନେଇ ବିଦ୍ୟାଳୟରେ ପାଠ ପଢାରେ ଅନେକ ସମସ୍ୟା ଦେଖଦେଇଥିବା କହିଛନ୍ତି ଆନେ୍ଦାଳନ କାରି । ଜିଲ୍ଲା ଓ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ପ୍ରତି ବୈମାତୃକ ଭାବ ରହିଥିବା ଅନୁଭବ କରି ଆଜି ବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସଙ୍କ ସମେତ ପଡୋଶୀ ଅଳକୁଣ୍ଡ ଓ ପ୍ରୀତିପୁର ସରପଞ୍ଚଙ୍କ ସମେତ ବିତନା ଓ ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର ଯୋଗ ଦେଇଥିଲେ । ପ୍ରଥମେ ବ୍ଳକ୍ ଅତିରିକ୍ତ ଶିକ୍ଷାଧିକାରୀ ବଳରାମ ପତି ଆସି ଧାରଣା ସ୍ଥଳରେ ପହଁଚି ବୁଝାସୁଝା ପରେ ଭରସା ନପାଇବାରୁ ତାଙ୍କୁ ଅଟକ କରଯାଇଥିଲା । ପରେ ବ୍ଳକ୍ ଶିକ୍ଷାଧିକାରୀ ପହଁଚିଲା ପରେ ତାଙ୍କୁ ଅଟକ ରଖାଯାଇଛି । ଗାଣ ଧାରଣାକାରୀଙ୍କ ଦାବି ରହିଛି ଜିଲ୍ଲା ଶିକ୍ଷାଧିକାରୀ ଆସି ଲିଖିତ ପ୍ରତିଶ୍ରୁତି ଦେଲେ ଧାରଣ ପ୍ରତ୍ୟାହୃତ ହେବ ।