ଗୀତା ମିଶନ ପକ୍ଷରୁ ବୃକ୍ଷରୋପଣ
ବରୀ : ଇଣ୍ଟରନ୍ୟାସନାଲ ଗୀତା ମିଶନ ପକ୍ଷରୁ ବରୀ ବରୁଆ ମୁଖ୍ୟ ଗମନାଗମନ ରାସ୍ତାର ନୂଆଗାନ୍ଧୀ ଛକ ଠାରୁ ଜାଗୁଳାଇ ଠାକୁରାଣୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ମାର୍ଗଦର୍ଶକ ପ୍ରକୃତିବନ୍ଧୁ ବାବା ବଳିଆ ଆହ୍ୱାନରେ ଦାରୁ ବ୍ରହ୍ମ ବନ ପ୍ରକଳ୍ପ ଲାଗି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଇଣ୍ଟରନ୍ୟାସନାଲ ଗୀତା ମିଶନର ଅଧ୍ୟକ୍ଷ ଡ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଯୋଗ ଦେଇ ଲିମ୍ବ, କଦମ୍ବ କୃଷଚୂଡ଼ା, ଦେବଦାରୁ, ରାଧାଚୂଡ଼ା, ଜାମୁ ଗଛ ଗୁଡିକ ଲଗାଇ ବୃଷ ହିଁ ଶିବ ଓ ପରିବେଶ ହିଁ କୈଳାଶ ସହିତ ବୃକ୍ଷ ରୋପଣ ସମାଜ ପାଇଁ ବଡ଼ ଆହ୍ୱନ ବୋଲି ମତପ୍ରକାଶ କରିଥିଲେ । ଏଥିରେ ବଳଦେବଜୀଉ ଯୁବକ ସଂଘର ଦେବବ୍ରତ ମହାନ୍ତି, ଜ୍ୟୋତି ରଞ୍ଜନ ଦାଶ, ସତ୍ୟଜିତ ଦାଶ, ସ୍ୱପ୍ନଜିତ ଦାଶ, ରାକେଶ ଦାଶ, ଦିଲ୍ଲୀପ ଦାଶ, ସୁଦାମ ଦାଶ, ଓମ ପ୍ରକାଶ ଦାଶ, ମନେରଞ୍ଜନ ଶତପଥୀ, ରଂଜିତ ରଣା,ସତ୍ୟ ରଞ୍ଜନ କର, ସାମ୍ବାଦିକ ବିଶ୍ୱଭୂଷଣ ଜେନା,ଚୈତନ୍ୟ ଜେନା, ଅରୁଣ ବେହେରା ପ୍ରମୁଖ ବୃକ୍ଷରୋପଣରେ ସାମିଲ ହେଇଥିଲେ ।