୨୦ରୁ ଆନ୍ତଃବିଦ୍ୟାଳୟ କ୍ରିକେଟ

 ଖୋର୍ଦ୍ଧା : କ୍ରିକେଟ ଆସୋସିଏସନ ଅଫ ଦି ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଆନୁକୂଲ୍ୟରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଆସନ୍ତା ୨୦ ତାରିଖରୁ ବିଜେବି ହାଇସ୍କୁଲ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେବ । ଏହି ଟୁର୍ନାମେଣ୍ଟ ପାଇଁ ଆଗ୍ରହୀ ସ୍କୁଲର ଖେଳାଳିମାନେ ସେମାନଙ୍କ ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ସ୍କୁଲ ପ୍ରଦତ୍ତ କାର୍ଡ ସହ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡିଅମରେ ଉପସ୍ଥିତ ରହି ସେମାନଙ୍କ ନାମ ପଞ୍ଜିକୃତ କରିବେ । ପଞ୍ଜିକୃତ ହୋଇ ନ ଥିବା ଖେଳାଳି ମାନେ ଅଂଶ ଗ୍ରହଣ କରି ପାରିବେ ନାହିଁ । ଖେଳାଳିଙ୍କ ବୟସ ୧୪ ବର୍ଷରୁ କମ ହୋଇଥିବ ଏବଂ ୧୬ ବର୍ଷରୁ ଅଧିକ ହୋଇ ନ ଥିବ । ନିର୍ଦ୍ଧରିତ ଅଗଷ୍ଟ ୧୧ ତାରିଖରେ ବିଜେବି ହାଇସ୍କୁଲ ଖେଳ ପଡିଆ ଠାରେ ଉପସ୍ଥିତ ରହି ନାମ ପଞ୍ଜିକୃତ କରିବା ପାଇଁ ଆସୋସିଏସନ ସମ୍ପାଦକ ତଥା ଓ ସି ଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଜଣାଇଛନ୍ତି ।