ରଘୁନାଥ ପଟ୍ଟନାୟକଙ୍କ ପୁଣ୍ୟତିଥି ପାଳିତ
ଜୟପୁର : ପୂର୍ବତନ ରାଜ୍ୟ ଅର୍ଥ ଓ ଆଇନମନ୍ତ୍ରୀ ଜୟପୁରର ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ନବମ ପୁଣ୍ୟତିଥିରେ ରଘୁନାଥ ପଟ୍ଟନାୟକ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ବିନୋଦ ମହାପାତ୍ର, କାଉସିଲର ବିଷ୍ଣୁ ରେଡ୍ଡୀ, ମଦନ ମୋହନ ନାୟକ, ହରିହର କରସୁଧା ପଟ୍ଟନାୟକ, ଦୁର୍ଗା ଶତପଥୀ, ଶିବ ପଟ୍ଟନାୟକ, ଚନ୍ଦ୍ରକାନ୍ତ ସୁତାର, ବସନ୍ତ ପାତ୍ର, ପ୍ରତାପ ମାଦଳା, ନବୀନ ପଟ୍ଟନାୟକ, ପ୍ରହ୍ଲାଦ ପାତ୍ର, ରୁଦ୍ର ପ୍ରସାଦ ଦାସ, ବାଳକୃଷ୍ଣ ପଟ୍ଟନାୟକ, ହରି ହରିଜନ, ଶରତ ପଟ୍ଟନାୟକ, ଉମେଶ ସାମନ୍ତରାୟଙ୍କ ସହ ପରିବାରର ସଦସ୍ୟ ଧିରେନ ମୋହନ ପଟ୍ଟନାୟକ, ପ୍ରିତୀଶ ପଟ୍ଟନାୟକ ଏବଂ ପିୟୂଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।