ମଦ ବିରୋଧୀ ଆନେ୍ଦାଳନକାରୀଙ୍କ ବିରୁଦ୍ଧରେ ମାମଲା

ବାଲିପାଟଣା : ପୁଲିସ ଲୋକଙ୍କ ସମସ୍ୟା ବୁଝି ନ୍ୟାୟ ପ୍ରଦାନ କରୁ ବୋଲି ସରକାର ବାରମ୍ବାର କହୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉଛି ନାହିଁ  । ଏହାକୁନେଇ ବାରମ୍ବାର ଅଭିଯୋଗ ପରେ ପୁଲିସ  କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଲୋକେ ଆନେ୍ଦାଳନକୁ ଓହ୍ଲାଇବା ସହ ମଦ ବେପାରୀକୁ ଧରି ପୁଲିସ ଜିମା ଦେଲେ । କିନ୍ତୁ ମଦ ବେପାରୀଙ୍କ ମିଛ ଏତଲାକୁ ନେଇ ପୁଲିସ ଆନେ୍ଦାଳନକରୀଙ୍କ ନାମରେ ମାମଲା ରୁଜୁ କରିଥିବା ଅଭିଯୋଗ ହୋଇଛି  । ଏନେଇ ସରପଞ୍ଚଙ୍କ ସ୍ୱାମୀ ରାମଚନ୍ଦ୍ର ବେହେରା, ବାବନ୍ ବେହେରା, ହରିଆ ବେହେରା, ବାସୁ ମହାନ୍ତି, ବିକି ବେହେରା, ରିଣ୍ଟୁ ବେହେରାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆନେ୍ଦାଳନକାରୀ ମାନେ ସ୍ଥିର କରିଛନ୍ତି । ଏନେଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ଅପର୍ଣ୍ଣା ନାୟକ, କୈଳାଶ ମଲ୍ଲିକ, କନକ ଲତା ଭଞ୍ଜ ଓ ଜ୍ୟୋସô୍ନା ପ୍ରଧାନ ଓ କୈଳାଶ ମିଶ୍ର ପ୍ରମୁଖ ଭାକରସାହି ଠାରେ ପହଞ୍ଚି ନିଶାନିବାରଣ ଆନେ୍ଦାଳନକୁ ଆହୁରି ତୀବ୍ର କରିବାକୁ ସହଯୋଗର ହାତ ବଢାଇଛନ୍ତି ।