ଆୟୁର୍ବେଦ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ
ଛତ୍ରପୁର : ଛତ୍ରପୁର ଏନ୍ଏସି. ଅନ୍ତର୍ଗତ ୱାଡ଼ ନଂ ୮କୋର୍ଟ ଷ୍ଟେସନ ସାହି କୋଠଘର ଶ୍ରୀ ଭେଙ୍କଟ ମହାଲକ୍ଷ୍ମୀ ନିଳୟମ୍ରେ ଯୁବ ଜ୍ୟୋତିଷୀ ଦୀପକ କୁମାର ଦାଶ ଓ ବ୍ରହ୍ମପୁର ଆୟୁର୍ବେଦ ଡ଼ାକ୍ତର ସୁଧୀର କୁମାର ସାହୁଙ୍କ ମିଳିତ ଉଦ୍ୟମରେ ଜ୍ୟୋତିଷୀ ଦୀପକ କୁମାର ଦାଶଙ୍କ ମାତା ସ୍ୱର୍ଗତା ସବିତା ଦାଶଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏକ ଆୟୁର୍ବେଦ ଚିକିସôା ସେବା ଅନୁଷ୍ଠାନ ‘ସବିତା ଆରୋଗ୍ୟ କୁଟୀର’ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା, ତରୁଣ ସନ୍ୟାସୀ ସ୍ୱାମୀ ସନ୍ନୀଷ୍ଠାନନ୍ଦ ସରସ୍ୱତୀ, ବଦ୍ରିକା ଆଶ୍ରମ ହିମାଳୟ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ ପାଢ଼ୀ, ପ୍ରେସ୍କ୍ଲବ୍ ସଭାପତି ରବୀନ୍ଦ୍ର ପଣ୍ଡା, ଶଙ୍କର ଚକ୍ଷୁ ଚିକିସôାଳୟର ଆଇନ ପରାମର୍ଶଦାତା ଓ ଲୋକ ସମ୍ପର୍କ ଅଧିକାରୀ ବି. ଶ୍ରୀନିବାସ, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ ।