ନାବାଳିକାକୁ କୁକର୍ମ; ଥାନାରେ ଅଭିଯୁକ୍ତ 

ବ୍ୟାସନଗର: ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ପହଗାଁ ଗ୍ରାମର ଜଣେ ଯୁବକ ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୂୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ଅଭିଯୋଗ ମତେ ଉକ୍ତ ଗ୍ରାମର ଏକ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳିକା କ୍ରିଡ଼ା ଉସôବରେ ସାମିଲ ହୋଇ ଖେଳ ପଡ଼ିଆରେ ବୁଲୁଥିବା ବେଳେ ଉକ୍ତ ଗ୍ରାମର ଜଣେ ଯୁବକ ତାକୁ ନିକଟରେ ଥିବା ଏକ ସାହିକୁ ଜବଦଦସ୍ତି ଘୋଷାରି ନେଇଥିଲା । ଯୁବକ ଜଣକ ସାହିର ଏକ ଘରେ ନାବାଳିକାକୁ ଦୁଷ୍କର୍ମ କରିଥିବା ସହ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲା । ଏନେଇ ଥାନାରେ ନାବାଳିକାର ବାପା ଅଭିଯୋଗ କରିବା ପରେ ପୁଲିିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଯୁବକକୁ ଉଠାଇ ଆଣି ଅଟକ ରଖି ପଚରା ଉଚରା କରୁଛି । ଆସନ୍ତା କାଲି ନାବାଳିକାର ଡ଼ାକ୍ତରୀ ମାଇନା ସହ ବୟାନ ରେକର୍ଡ଼ ପରେ ପରବର୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।