ସିମେଣ୍ଟ କମ୍ପାନୀ ଆଗରେ ୧୬୩ ଧାରା ଜାରି

ବାଲେଶ୍ୱର ବାମପଦା ଡାଲମିଆ ଭାରତ ସମ୍ମୁଖରେ ଆନ୍ଦୋଳନରତ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ । କମ୍ପାନୀର ୨୦୦ ମିଟର ପରିଧି ମଧ୍ୟରେ ୧୬୩ ଧାରା ଜାରି କରାଯାଇଛି । ବିଭିନ୍ନ ଦାବି ନେଇ ୩ମାସରୁ ଅଧିକ ସମୟ ହେବ ୨ହଜାରରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀ ପ୍ରତିବାଦ କରୁଥିଲେ । ପ୍ରଶାସନ ପକ୍ଷରୁ ଆନ୍ଦୋଳନରୁ ଓହରିବା ପାଇଁ ବାରମ୍ବାର ଅପିଲ ସତ୍ବେ ଉଠିନଥିଲେ ପ୍ରତିବାଦକାରୀ । ଶେଷରେ ଆଜି ଏମାନଙ୍କୁ ପୁଲିସ ଧାରଣାସ୍ଥଳରୁ ଉଠାଇନେଇଥିବା ଦେଖିବାକୁ ମିଳିଛି ।