ରାଜନୀତି ବିଜ୍ଞାନ ବିଭାଗ ପାଠ୍ୟଚକ୍ର
ରାଜକନିକା: ଓଳାଭର କଲେଜରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ "ଭାରତରେ ମେଣ୍ଟ ରାଜନୀତିର ପ୍ରାସଙ୍ଗିକତା’ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ରବୀନ୍ଦ୍ର ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜନୀତି ବିଭାଗର ଅଧ୍ୟାପକ ରଞ୍ଜନ କୁମାର ବେହେରା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ଯୋଗଦେଇ ଆଲୋଚନା ଚକ୍ରର ଉଦେ୍ଦଶ୍ୟ, ଭାରତୀୟ ମେଣ୍ଟ ରାଜନୀତିର ଐତିହାସିକ ପୃଷ୍ଠଭୂମି ଏବଂ ଏହାର ପ୍ରତିଫଳନ ସ୍ୱରୂପ କେନ୍ଦ୍ର ଓ ରାଜ୍ୟଙ୍କ ମଧ୍ୟରେ ବିଭିନ୍ନ ସମ୍ପର୍କ ଉପରେ ପ୍ରଭାବିତ କରେ, ଓ ଅନ୍ୟ ପଟେ ଗଣତାନ୍ତ୍ରିକ ଶାସନରେ ମେଣ୍ଟ ରାଜନୀତିର ଭୂମିକା ସମ୍ପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତଅତିଥି ପଟ୍ଟାମୁଣ୍ଡାଇ କଲେଜ ରାଜନୀତି ବିଭାଗ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ ଯୋଗଦେଇ ଭାରତର ମେଣ୍ଟ ରାଜନୀତି କାରଣ ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ରବୀନ୍ଦ୍ର ସେନାପତି ମେଣ୍ଟ ସରକାରର ସ୍ୱରୂପ, ସୁଗୁଣ ଓ ଦୁର୍ଗୁଣ ଉପରେ ଆଲୋଚନା ସହ ସନ୍ଦର୍ଭ ପାଠ କରିଥିଲେ । ଅଧ୍ୟାପିକା ଧରିତ୍ରୀ ରାଉତ ଧନ୍ୟବାଦ ଦେଇଥିଲେ ।