ଦେଶୀ ମଦ ଜବତ, ୩ କୋର୍ଟ ଚାଲାଣ
ଯାଜପୁର ଟାଉନ : କଟକ ଚୌଦ୍ୱାର ନକଲି ଦେଶୀ ମଦ କାରଖାନାରେ ଚଢ଼ଉ ଘଟଣା ଲିଙ୍କରେ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ବୁଧବାର ବିଳମ୍ବିତ ରାତିରେ ଯାଜପୁର ଜିଲାରୁ ୩ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଧର୍ମଶାଳା ଅବକାରୀ ଥାନା ଅଞ୍ଚଳରେ ଜଣକୁ ଗିରଫ କରିଥିବା ବେଳେ ଯାଜପୁର ଅବକାରୀ ଥାନା ଅଞ୍ଚଳରୁ ୨ଜଣଙ୍କୁ ଗିରଫ କରାଯାଇଛି । ଧର୍ମଶାଳା ଥାନା ନୂଆସୁଙ୍ଗୁଡ଼ାର ଅମିତ କୁମାର ସାମଲ, ଯାଜପୁର ଅଡ଼ଙ୍ଗ ପୁରୁଷୋତ୍ତମପୁର ଅଞ୍ଚଳର ବାବୁଲି ସାହୁ ଓ ଅଞ୍ଜଳି ସାହକୁ ଗିରଫ କରାଯାଇ ସେମାନଙ୍କ ଠାରୁ ୫୦ଲିଟର ନକଲି ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲିପୁ ସାହୁ ଫେରାର ଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରେ ଏବେ ବି ଚଢ଼ଉ ଜାରି ରହିଥିବା ସୂଚନା ଦେଇଛନ୍ତି ଯାଜପୁର ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ତଣ୍ଡେଲ ।