ରାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭଲ ପ୍ରଦର୍ଶନ
ବେଗୁନିଆ : ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ପରୀକ୍ଷାରେ ରାମଚଣ୍ଡୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମୋଟ ୫୮ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୩୭ଜଣ କୃତକାର୍ଯ୍ୟ ହୋଇଛନ୍ତି । ୮ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବାବେଳେ ୪ଜଣ ଦ୍ୱିତୀୟ ଶ୍ରେଣୀ ଓ ୨୫ଜଣ ତୃତୀୟ ଶ୍ରେଣୀ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏକ୍ସ ରେଗୁଲାରରେ ୧୨ଜଣରୁ ୮ ଜଣ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଗଡ଼ମାଣତିର ଗ୍ରାମର ଶୁଭଶ୍ରୀ ବାରିକ ସର୍ବାଧିକ ୫୧୨ନମ୍ବର ରଖି ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି । ଏ ନେଇ ବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ଭୁଜୁବଲ ଓ ଅଧ୍ୟାପକ ଏବଂ କର୍ମଚାରୀ ବିଶେଷ କରି ପଞ୍ଚାୟତ ସରପଞ୍ଚ, ସମିତି ସଦସ୍ୟ ଓ ଗ୍ରାମବାସୀ ପକ୍ଷରୁ ବଳରାମ ରଣସିଂହ, ଅକ୍ରୁର ସୁନ୍ଦରାୟ, ଖଗେଶ୍ୱର ସୁନ୍ଦରାୟ ଅଶୋକ ପାଇକରାୟ ଶିଶିର ମଙ୍ଗରାଜ, ଜଗନ୍ନାଥ ବଳବନ୍ତରାୟ, ଦାଶରଥି ରାଉତରାୟ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।