ଜିଲ୍ଲାରେ ପାସ୍ହାର ୮୪ ପ୍ରତିଶତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଯୁକ୍ତ ଦୁଇ କଳାରେ ୭୯.୧୫, ବିଜ୍ଞାନରେ ୯୫.୦୩, ବାଣିଜ୍ୟରେ ୮୫.୧୮ ପ୍ରତିଶତ ପାସ କରିଛନ୍ତି । ଯୁକ୍ତ ୨କଳାରେ ୬୮୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିରୁ  ୮୬୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୫୮ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୩୬୦୫ ଜଣ ତୃତୀୟ ଶ୍ରେଣୀ ଏପରି ୫୪୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଜିଲ୍ଲାରେ ମୋଟ ୭୯.୧୫ ପ୍ରତିଶତ ପାସ୍ ହାର ରହିଛି । ସେହିପରି ବିଜ୍ଞାନରେ ୩୩୦୦ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୮୨୭ ଜଣ ପ୍ରଥମ ଶ୍ରେଣୀରେ, ୮୫୮ ଜଣ ଦ୍ୱିତୀୟ ଶ୍ରେଣୀରେ, ୩୮୨ ଜଣ ତୃତୀୟ ଶ୍ରେଣୀରେ ଏପରି ୩୧୩୬ ଜଣ ପାସ୍ କରିଛନ୍ତି । ୯୫.୦୩ ପ୍ରତିଶତ ପାସହାର ରହିଛି । ସେହିପରି ବାଣିଜ୍ୟରେ ୩୫୧ ଜଣ ପରୀକ୍ଷା ଦେଇଥିବାବେଳେ ସେଥିରୁ ୮୭ ଜଣ ପ୍ରଥମ ଶ୍ରେଣୀରେ, ୬୬ ଜଣ ଦ୍ୱିତୀୟ ଶ୍ରେଣୀରେ,୧୪୨ ଜଣ ତୃତୀୟ ଶ୍ରେଣୀରେ ଏପରି ୨୯୯ ଜଣ ପାସ୍ କରିଛନ୍ତି । ଏହି ବିଭାଗରେ ୮୫.୧୮ପ୍ରତିଶତ ପାସ୍ହାର ରହିଛି । ଭୋକେସନାଲରେ ୧୬୭ ଜଣ ପରୀକ୍ଷା ଦେଇଥିବାବେଳେ ୯ଜଣ ପ୍ରଥମ, ଶ୍ରେଣୀରେ ୫୮ଜଣ ଦ୍ୱିତୀୟ ଶ୍ରେଣୀରେ, ୨୧ଜଣ ତୃତୀୟ ଶ୍ରେଣୀରେ ଏପରି ମୋଟ ୯୨ଜଣ ପାସ୍ କରଛନ୍ତି ।