"ଘର ହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ 

 ବୁଗୁଡ଼ା: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ "ଘର ହିଁ ବିଦ୍ୟାଳୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ପରିଚାଳନା ସମିତି ସଦସ୍ୟା ମଧୁସ୍ମିତା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ଭାଗ ଶିଶୁବାଟିକା ନିରୀକ୍ଷକ ଅରୁଣ କୁମାର ବାଗ୍ ଓ ସମ୍ମାନିତା ଅତିଥି ଭାବେ ସମିତି ସଦସ୍ୟା ସୁଲୋଚନା ଡାକୁଆ ଯୋଗ ଦେଇ ସମଗ୍ର ଶିକ୍ଷାରେ ପରିବାରର ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ  । ପ୍ରଧାନାଚାର୍ଯ୍ୟ ଆଟଲ ଲିଙ୍ଗରାଜ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ମମତା ସାହୁ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ଅରୁଣ ,ଉଦୟ ଓ ପ୍ରଭାତ ଶ୍ରେଣୀ ଶିଶୁଙ୍କ ମାଆମାନେ ଉପସ୍ଥିତ ରହିଥିଲେ  । ଏ ଅବସରରେ ଶିଶୁଙ୍କ ସୁଷମ ଖାଦ୍ୟ ଏବଂ ଶୈକ୍ଷିକ ଉପକରଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା  ।  ପ୍ରାରମ୍ଭରେ ଗୁରୁମା ପାପା ବିଷୋୟୀ ବନ୍ଦନା ଏବଂ ଯସ୍ମିନ ରାଣୀ ଦାଶ ବ୍ୟକ୍ତିଗତ ସଙ୍ଗୀତ ଗାନ କରିଥିବା ବେଳେ ଶିଶୁ ଭଉଣୀ ସ୍ମୃତି ସ୍ୱରୂପା, ଶ୍ରୀୟାଂଶି ସାବତ,ସାଗରିକା ପଟ୍ଟନାୟକ ଓ ଲିପ୍ସାରାଣୀ ପ୍ରଧାନ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ଗୁରୁମା ସୁଜାତା ମହାପାତ୍ର, ଅର୍ଚ୍ଚନାମୟୀ ଦଳବେହେରା, ରାକ୍ଷୀ ସ୍ୱାଇଁ ଓ ଟିକିନା ବେହେରା ପ୍ରମୁଖ ପରିଚାଳନା କରିଥିଲେ  ।