ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିବାକରଙ୍କ ପରଲୋକ

 ବୈଶିଙ୍ଗା : ବୈଶିଙ୍ଗା ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ତଥା ମଛପଦା ଗ୍ରାମର ଆଦର୍ଶ ଶିକ୍ଷକ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି  । ତାଙ୍କର ନିଷ୍କପଟତା, ସରଳତା ଓ ସମଭାବାପନ୍ନ ବ୍ୟକ୍ତିତ୍ୱ ପାଇଁ ସମଗ୍ର ଅଞ୍ଚଳରେ ସୁପରିଚିତ ଥିଲେ  । ଗତକାଲି ରବିବାର ରାତି ୧୦ରେ ଘରେ ଖାଇସାରିବା ପରେ ହଠାତ୍ ହୃଦଘାତ ହୋଇଥିଲା  । ପରିବାର ଲୋକେ ଚିକିତ୍ସା କରିବା ପାଇଁ ବୈଶିଙ୍ଗା ଡାକ୍ତରଖାନା ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା  । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ତାଙ୍କ ମୃତୁ୍ୟଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବ୍ରଜ ମୋହନ ବେହେରା, ରତିକାନ୍ତ ମହାନ୍ତ, ଲକ୍ଷ୍ମୀଧର ଦଣ୍ଡପାଟ, ପ୍ରଶାନ୍ତ ସାମଲ ପ୍ରମୁଖ ଶେଷ ଦର୍ଶନ କରିଥିଲେ  । ମୃତୁ୍ୟଶଯ୍ୟା ନିକଟରେ ପୁତ୍ର, ପୁତ୍ର ବଧୂ, କନ୍ୟା ଜାମାତା ଓ ନାତି ନାତୁଣୀ ଉପସ୍ଥିତ ରହିଥିଲେ  । ପ୍ରାଥମିକ ଶିକ୍ଷକ ଭାବେ ଦିବାକର ଜେନା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ବେତନଟୀ ମଣ୍ଡଳର ଶିକ୍ଷକ ସଂଘ ସଭାପତି ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ  । ତାଙ୍କର ଉତ୍ତମ ଶିକ୍ଷକତା ପାଇଁ  ସେ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଠାରୁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ  ।