୧୮ହଜାରରେ ପୁଅକୁ ବିକିଲା ମା’

 ଯାଜପୁରଟାଉନ : ମୋ’ ୭ବର୍ଷର ପୁଅକୁ ତା ମା’ ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଛି । ଏଭଳି ଅଭିଯୋଗ ଜିଲାପାଳଙ୍କୁ କରିଛନ୍ତି ଯାଜପୁର ଟାଉନ ଥାନା ବଡସୁଆର ଗ୍ରାମ ତୋଟାସାହିର ପ୍ରଶାନ୍ତ ପରିଡା । ୮ବର୍ଷ ତଳେ ପ୍ରଶାନ୍ତ ଛତିଶିଦେବିଲ ଆରଖିଆ ବାଙ୍କ ଗ୍ରାମର ପୂଜା ପରିଡାଙ୍କୁ ବିବାହ କରିଥିଲେ । ବିବାହ ପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ କଳହରୁ ପ୍ରଶାନ୍ତ ଏବଂ ପୂଜା ଅଲଗା ରହୁଥିଲେ । ପୂଜା ନିଜ ପୁଅକୁ ଧରି ନିଜ ବାପ ଘର ଆରଖିଆବାଙ୍କ ଗ୍ରାମକୁ ପଳାଇ ଯାଇଥିଲା । ସେଠାରୁ ପୂଜା କାମ କରିବା ପାଇଁ ଚଣ୍ଡିଖୋଲ ପରେ ଯାଜପୁର ରୋଡରେ ରହି ଏକ ହୋଟେଲ୍ରେ କାମ କରୁଥିଲା । ୩ବର୍ଷରୁ ଉଦ୍ଧ୍ୱର୍ ସମୟ ପରେ ପୂଜା ତା ନିଜ ବାପାଘର ଆରଖିଆବାଙ୍କ ଗ୍ରାମକୁ ଫେରିଆସିବାର ଖବର ପାଇ ପ୍ରଶାନ୍ତ ପହଁଚିଥିଲେ । ସେଠାରେ ତାର ପୁଅକୁ ନପାଇ ପୂଜାକୁ ପଚାରିବାରେ ସେ ଯାଜପୁର ରୋଡର ଏକ ହୋଟେଲ୍ରେ କାମ କରୁଥିଲା । ସେଠାରେ ପୁଅର ଦେହ ଭିଷଣ ଖରାପ ହେବାରୁ ଜନୈକ ବ୍ୟକ୍ତିକୁ ୭ବର୍ଷ ର ପୁଅ ସାଇରାମ୍କୁ ୧୮ହଜାର ଟଙ୍କାରେ ବିକି୍ର କରିଦେଇଥିବା କହିଥିଲା । ଏହା ଶୁଣିବା ପରେ ପ୍ରଶାନ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇପୁଅକୁ ଫେରାଇ ଦେବାପାଇଁ ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି । ସେପଟେ ଏନେଇ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଯାଜପୁର ସଦରଥାନାରେ ଏକ ଏତଲା ଦିଆଯାଇଛି । ଅପରପକ୍ଷରେ ଶିଶୁ ବିକି୍ର ଅଭିଯୋଗରେ ମା’ ପୂଜାର ପ୍ରତିକି୍ରୟା ମିଳିପାରିନାହିଁ ।