ରାହୁଲଙ୍କ ଗସ୍ତ ଲାଗି ଜିଲ୍ଲା କଂଗ୍ରେସର ପ୍ରସ୍ତୁତି

 ଭୁବନେଶ୍ୱର : ଆସନ୍ତା ୧୧ରେ ସଂସଦର ବିରୋଧୀ ଦଳ ନେତା ତଥା ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଓ ସାଧାରଣ ସମ୍ପାଦକ (ସଂଗଠନ) କେ.ସି ଭେନୁଗୋପାଲ ଭୁବନେଶ୍ୱର ଆସିବେ । ଏଠାରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦାନ କରି ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏହି ପରିପ୍ରେକ୍ଷୀରେ ରାହୁଲଙ୍କ ଗସ୍ତକୁ ସଫଳ କରିବା ଲାଗି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଂଯୋଜକ ବିଶ୍ୱଜିତ ଦାସଙ୍କ ସଭାପତିତ୍ୱରେ ପିସିସି ପର୍ଯ୍ୟବେକ୍ଷକ ବିଧାୟକ ଅଶୋକ ଦାସଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ନେତୃବର୍ଗ ନିଜର ସୁ-ଚିନ୍ତିତ ମତାମତ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଯିବ ବୋଲି କହିଥିଲେ । ଆଜିର ବୈଠକରେ ଶିବାନନ୍ଦ ରାୟ, କିଶୋର ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ ।