ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳରୁ ଶିଳ୍ପାଞ୍ଚଳ ଯାଏଁ ଟିପିଏସ୍ଓଡିଏଲ୍ ଯୋଗାଉଛି ଭରସାଯୋଗ୍ୟ ବିଦୁ୍ୟତ ସେବା
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ରାୟଗଡ଼ା ଜିଲ୍ଲାରେ ବିଦୁ୍ୟତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବହୁ ଅଭିନବ ପଦକ୍ଷେପମାନ ଆରମ୍ଭ କରିଛି । ବିଦୁ୍ୟତ ସେବା ବିତରଣ କ୍ଷେତ୍ରରେ ଗୁଣବତ୍ତା ଆଣିବା ତଥା ଉନ୍ନତି କରିବା ଓ ଏକ ସମାବେଶୀ ବିକାଶକୁ ଗୁରୁତ୍ୱ ଦେବା ପାଇଁ କମ୍ପାନୀ ତରଫରୁ ଲକ୍ଷ୍ୟ ରଖାଯାଇଛି । ପୂର୍ବଘାଟ ପର୍ବତମାଳାରେ ଅବସ୍ଥିତ ରାୟଗଡ଼ା ଜିଲ୍ଲା ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଏକ ଶିଳ୍ପସମୃଦ୍ଧ ଜିଲ୍ଲା ଭାବେ ବେଶ୍ ପରିଚିତ । ବହୁ ଜନଜାତିଙ୍କ ବାସସ୍ଥଳୀ ଏହି ଜିଲ୍ଲା ତସôହିତ ପ୍ରାକୃତିକ ସମ୍ପଦରେ ଭରପୁର ଅଟେ ଏହି ଅଞ୍ଚଳ । ଦୃତ ସହରୀକରଣ, ବର୍ଦ୍ଧିତ ଶିଳ୍ପାଞ୍ଚଳ ଏବଂ ଆଧୁନିକ ବିକାଶକୁ ଆପଣାଉଥିବା ଗ୍ରାମାଞ୍ଚଳରେ ନିରନ୍ତର ଭାବରେ ବିଦୁ୍ୟତ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଦ୍ଧିତ ବିଜୁଳି ଚାହିଦାକୁ ଗୁରୁତ୍ୱ ଦେଇ ଟିପିଏସ୍ଓଡିଏଲ୍ ତରଫରୁ ବିଦୁ୍ୟତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଯାହା ଘରୋଇ ଉପଭୋକ୍ତାଙ୍କଠାରୁ ନେଇ କୃଷି, ଶିଳ୍ପ ଓ ଉଦ୍ୟୋଗୀମାନଙ୍କୁ ପ୍ରୋସôାହିତ କରୁଛି । ଅଦ୍ୟାବଧି ରାୟଗଡ଼ା ଜିଲ୍ଲାରେ ବହୁ ପ୍ରକଳ୍ପମାନ ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ପନ୍ନ ହୋଇଛି । ଗୁମୁଡ଼ା, ବିକ୍ରମପୁର, ମିନାଝୋଲା ଏବଂ ଥେରୁବାଲି ଆଦି ସବଷ୍ଟେସନର ଟ୍ରାନ୍ସଫର୍ମରର କ୍ଷମତାକୁ ଉନ୍ନତୀକରଣ କରାଯାଇଛି । ମୁନିଗୁଡ଼ା ଠାରେ ଥିବା ଉଭୟ ଟ୍ରାନ୍ସଫର୍ମରର କ୍ଷମତାକୁ ୩.୧୫ଏମଭିଏରୁ ୫ଏମଭିଏକୁ ବୃଦ୍ଧି କରାଯାଇଛି । ଯାହା ଜିଲ୍ଲାର ବୃଦ୍ଧିପ୍ରାପ୍ତ ଘରୋଇ ଓ ଶିଳ୍ପାଞ୍ଚଳର ବିଦୁ୍ୟତ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୋଇ ପାରିଛି । ସେହିପରି ଗୁଣୁପୁର ଗ୍ରୀଡ ସବଷ୍ଟେସନରୁ ଓଖିଲାଗୁଡ଼ା ଦେଇ ବିକ୍ରମପୁର, ଡମ୍ବସରା, ଜଲତାର ଏବଂ ଗୁଣୁପୁରକୁ ନୂତନ ୩୩କେଭି ଲାଇନ ତାର ସଂଯୋଗ ହୋଇଛି । ସେହିପରି ଡାଙ୍ଗସରୋଡ଼ା, ସୁଙ୍ଗେର ଏବଂ ଗୁଣୁପୁରରେ ଥିବା ୩୩କେଭି ଫିଡରଗୁଡ଼ିକର ମଧ୍ୟ ଉନ୍ନତୀକରଣ କରାଯାଇଛି ଯାହା ବିଦୁ୍ୟତ ସେବା କ୍ଷେତ୍ରରେ ସ୍ଥିରତା ଆଣିପାରିଛି । ଟିକିରି ସହରରୁ ନୂଆପଡ଼ା ଓ ଟାଉନ-୩ ରୁ ତୁମୁଡ଼ିଗୁଡ଼ା ପର୍ଯ୍ୟନ୍ତ ନୂତନ ୧୧କେଭି ଲାଇନ ତାର ସଂଯୋଗ ହୋଇଛି । ଏହାସହିତ ଟାଉନ, କୋର୍ଟ, ସୁଲୁଡ଼ି, ରାମନାଗୁଡ଼ା, ଢେପାଗୁଡ଼ା, ଗୁଡ଼ାରୀ, ସିରିଗୁଡ଼ା, ଅମ୍ବାଡ଼େଲା, ଟାଉନ-୪, ଓ ମୁନିଗୁଡ଼ାରେ ଥିବା ଫିଡରଗୁଡ଼ିକର ମଧ୍ୟ ଉନ୍ନତୀକରଣ କରାଯାଇଛି ।
ରାୟଗଡ଼ା ଜିଲ୍ଲାରେ ହୋଇଥିବା ବିଦୁ୍ୟତ ସେବା କ୍ଷେତ୍ରର ବିକାଶ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କୁହନ୍ତି, ରାୟଗଡ଼ା ହେଉଛି ଏପରି ଏକ ଜିଲ୍ଲା ଯେଉଁଠି ଶିଳ୍ପ ଓ ସାଂସ୍କୃତିକ ପରମ୍ପରାର ମିଳନ ଘଟେ । ଏକାସାଙ୍ଗରେ ଏସବୁକୁ ଦେଖିବାକୁ ମିଳେ । ରାୟଗଡ଼ାକୁ ନିର୍ଭରଯୋଗ୍ୟ ବିଦୁ୍ୟତ ସେବା ଯୋଗାଣ ହେଉଛି ଏହି ଅଞ୍ଚଳର ମୂଳଭିତ୍ତି ତଥା ଏକ ସଂଯୋଗ । ବିଦୁ୍ୟତ ଭିତ୍ତିଭୂମିକୁ ସୁଦୃଢ଼ କରିବା, ନୂତନ ବିଦୁ୍ୟତ ଲାଇନ ତାର ସଂଯୋଗ କରିବା, ଫିଡର ଗୁଡ଼ିକର ଉନ୍ନତୀକରଣ କରିବା ଦ୍ୱାରା ରାୟଗଡ଼ା ଜିଲ୍ଲାର ପ୍ରତିଟି କୋଣ ଅନୁକୋଣରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ପହଞ୍ଚି ପାରିଛି । ଯାହା ଲୋକଙ୍କ ଆକାଂକ୍ଷା ଓ ଦକ୍ଷିଣ ଓଡ଼ିଶାର ଭବିଷ୍ୟତ ସମୃଦ୍ଧି ପାଇଁ ଏକ ନିବେଶ ।