ବିଦୁ୍ୟତ ଯୋଗାଣ ବନ୍ଦ : ୨ ଉଠାଜଳସେଚନ ପ୍ରକଳ୍ପ ଅଚଳ
ଖଣ୍ଡପଡା : ଖଣ୍ଡପଡ଼ା ବ୍ଲକ ଅଧୀନ ଶିଖରପୁର ପଞ୍ଚାୟତରେ ଥିବା ଉଠା ଜଳସେଚନ ପ୍ରକଳ୍ପକୁ ବିଦୁ୍ୟତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରାନଯିବାରୁ ଚାଷିକୂଳ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି । ସ୍ଥାନୀୟ ଚାଷୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ହେବ ମା’ ଶୂଳିଆ ଦେବୀ ଓ ମା’ ମଙ୍ଗଳା ପାଣି ପଞ୍ଚାୟତ ଦ୍ୱାରା ପରିଚାଳିତ ଉଠା ଜଳସେଚନ ପ୍ରକଳ୍ପକୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି । ଫଳରେ ଜମିରେ ରୁଆ ଓ ବେଉଷଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଚାଷିକୂଳ । ସମସ୍ୟା ସମାଧାନ ନିମନ୍ତେ ଚାଷୀମାନେ ଉଠା ଜଳସେଚନ ନିଗମ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ନୟାଗଡ ଉଠା ଜଳସେଚନ ନିର୍ବାହୀ ଅଧିକାରୀ ଏ ଦିଗରେ ଧ୍ୟାନ ଦେବାକୁ ଦାବି ହୋଇଛି ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
