ରେଡ୍କ୍ରସ ପକ୍ଷରୁ ଦୀକ୍ଷା ଗ୍ରହଣ ଉସôବ
ଆସିକା : ଆସିକା ବ୍ଲକସ୍ଥିତ କେନ୍ଦୁପଦରର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଯୁବ ରେଡ୍ କ୍ରସ୍ରେ ଏହି ଶିକ୍ଷା ବର୍ଷରେ ନୂତନ ଭାବେ ଯୋଗ ଦେଇଥିବା ସ୍ୱେଚ୍ଛାସେବୀମାନଙ୍କୁ ଦୀକ୍ଷା ଓ ଶପଥ ପାଠ ଉସôବ ଅନୁଷ୍ଠିତ ହୋଇଯାଇଛି । କେବଳ ଶିକ୍ଷା ଦାନ ନୁହଁ ବରଂ ସମାଜ ପ୍ରତି ମଧ୍ୟ ପ୍ରତ୍ୟେକ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ସେଥିପାଇଁ ପ୍ରତି ଅନୁଷ୍ଠାନରେ ଅନେକ ସାମାଜିକ ସଂସ୍ଥା କାର୍ଯ୍ୟକାରୀ ହେଉଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଏହି ସଂସ୍ଥା ଦୀର୍ଘ ବର୍ଷ ଧରି ଜିଲ୍ଲା ଓ ରାଜ୍ୟସ୍ତରରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିଛି । ପ୍ରତି ବର୍ଷ କିଛି ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଭାବେ ଯୋଗଦାନ କରନ୍ତି ଏବଂ ସେମାନଙ୍କୁ ଦୀକ୍ଷା ପ୍ରଦାନ କରି ଯୁବ ରେଡ୍କ୍ରସ୍ ସମ୍ପର୍କରେ ଅବଗତ କରାଯାଇଛି । ଏହି ଦୀକ୍ଷା ଗ୍ରହଣ ଉସôବରେ ପୂର୍ବତନ କଲେଜ ଅଧକ୍ଷ ତଥା ଝାରସୁଗୁଡାର ବ୍ରଜରାଜନଗର ମହାବିଦ୍ୟାଳୟରୁ ଡ଼କ୍ଟର ହରି ଶଙ୍କର ପାଣ୍ଡେ ଯୋଗ ଦେଇଥିଲେ ।ୁ ସଂଯୋଜକ ଡ଼କ୍ଟର ସୁନା, ସହ-ସଂଯୋଜିକା ଶୁଭଶ୍ରୀ ସାହୁ, ଅଭିଷେକ ବେହେରା, ରୁଦ୍ର ମାଧବ ମହାନ୍ତି, ପ୍ରଫୁଲ୍ଲ କାଣ୍ଡଗୋରୀ, ବିକାଶ ଦିଗଲ, ଆଲୋକ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।