ରୋଟାରୀ କ୍ଲବ କଳିଙ୍ଗନଗରର ଅଧିଷ୍ଠାନ ଉତ୍ସବ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ରୋଟାରୀ କ୍ଲବ କଳିଙ୍ଗନଗରର ୧୧ତମ ଅଧିଷ୍ଠାନ ଉତ୍ସବ ହୋଟେଲ ଯଯାତି କୋର୍ଟୟାର୍ଡÿ ଠାରେ କ୍ଲବର ୨୦୨୩-୨୪ର ସଭାପତି ରୋଟାରୀଆନ ଶିବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ଡିଜିଏନ ଅନିଲ କୁମାର ସାମଲ ଓ ଏଡିଏମ କଳିଙ୍ଗନଗର ଲଙ୍କେଶ୍ୱର ଅମାତ ଯୋଗ ଦେଇଥିଲେ । ରୋଟାରୀଆନ ଇଂ.ମହେନ୍ଦ୍ର କୁମାର ପଣ୍ଡା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲା ବେଳେ ରୋଟାରିଆନ ମନୋଜ କୁମାର ବାରିକ ୨୦୨୩-୨୪ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ରୋଟାରୀଆନ ଇଂ.କମଳ ଲୋଚନ ସାହୁଙ୍କୁ ୨୦୨୪-୨୫ ବର୍ଷର ସଭାପତି ଓ ସମ୍ପାଦକ ରୋଟାରୀଆନ ଇଂ ଗୋପୀନାଥ ସାହୁଙ୍କୁ ଦାୟିତ୍ୱଭାର ଅର୍ପଣ କରାଯାଇଥିଲା । ୩ ଜଣ ନୂତନ ସଭ୍ୟ ରୋଟାରୀଆନ ହେମନ୍ତ କୁମାର ଦାସ, ସୂର୍ଯ୍ୟମଣୀ ବେହେରା ଓ ଏଡିଏମ କଳିଙ୍ଗନଗର ଲଙ୍କେଶ୍ୱର ଅମାତଙ୍କୁ କ୍ଲବରେ ସାମିଲ କରାଯାଇଥିଲା । କ୍ଲବର ରୋଟାରିଆନ ମହେନ୍ଦ୍ର ପଣ୍ଡାଙ୍କର ସାନ ଝିଅ ରୋଶନୀ ପଣ୍ଡା  ନୃତ୍ୟ ପରିବେଷଣ କରିଥିଲେ । ସରଜେଣ୍ଟ ଆଟ ଆରମ ରୋଟାରିଆନ ସଞ୍ଜୟ ମିଶ୍ର ଉପସ୍ଥାନ ତଥ୍ୟ ପ୍ରଦାନ କରିଥିଲେ । ରୋଟାରିଆନ ଦୀନେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ନୁତନ ସଭାପତି ରୋଟାରିଆନ କମଳ ଲୋଚନ ସାହୁ ସଭାକୁ ଭଙ୍ଗ କରିଥିଲେ । ରୋଟାରୀଆନ ସର୍ବଶ୍ରୀ ସୁଦୀପ କୁମାର ମିଶ୍ର, ଅକ୍ଷୟ କୁମାର ପତି, ଆଡ଼ଭୋକେଟ ଲୋକନାଥ ରାଉତ, ଡ.ପରମେଶ୍ୱର ଦାସ, ରାମଚନ୍ଦ୍ର ସେନାପତି, ଅଚୁ୍ୟତାନନ୍ଦ ମହାନ୍ତି, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଡ.ଦେବସ୍ମିତା ସାହୁ, ଦେବକଲ୍ୟାଣ ଦାସ, ଇଂକୈଳାସ ଚନ୍ଦ୍ର ସାହୁ, ଯୁଧିଷ୍ଠିର ତରାଇ, ଜୟନ୍ତ ଦାଶ, ସଂଜୟ ବୋଇତାଇ, ଅରୁଣ କୁମାର ବେହେରା ଓ ସମସ୍ତ ପରିବାର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।