ଗଣମାଧ୍ୟମ ଅଧ୍ୟାପକ ପ୍ରଦୀପ ମହାପାତ୍ର ଅସୁସ୍ଥ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି । ସେ ଏବେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା । ପ୍ରାଥମିକ ଅବସ୍ଥାରେ ତାଙ୍କର ନିମୋନିଆ ଯୋଗୁଁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିସôାରୁ ଜଣାପଡିଥିଲା । ଏହି ଘରୋଇ ଡାକ୍ତରଖାନାରେ ଚିକିସôିତ ଅବସ୍ଥାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।ଚିକିସôା ସମୟରେ ତାଙ୍କର ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଡକ୍ଟର ମହାପାତ୍ରଙ୍କ ନିକଟରେ ତାଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ପଟ୍ଟନାୟକ ଓ ସମ୍ପର୍କୀୟବର୍ଗ ଉପସ୍ଥିତ ଅଛନ୍ତି ।ଦକ୍ଷିଣ ଓଡିଶାର ବ୍ରହ୍ମପୁରରୁ ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ଡକ୍ଟର ମହାପାତ୍ର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିଥିଲେ । ଏପରିକି ଅବସର ପରେ ମଧ୍ୟ ଲେଖାଲେଖି ଜାରି ରଖିବା ସହ ଗଣମାଧ୍ୟମର ପରିବର୍ତ୍ତିତ ଧାରା ସମ୍ପର୍କରେ ଅନୁଧ୍ୟାନ କରି ସୋସିଆଲ ମିଡିଆ ମାଧ୍ୟମରେ ସେ ତାହା ପ୍ରକାଶ କରି ଆସୁଥିଲେ ।ଡକ୍ଟର ମହାପାତ୍ରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଦେଶ ବିଦେଶରେ ଥିବା ତାଙ୍କର ଛାତ୍ରଛାତ୍ରୀ ତଥା ଓଡିଶା ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଚିନ୍ତା ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।