ଲୋକନାଥ ଚୌଧୁରୀଙ୍କ ଜୟନ୍ତୀ ପାଳନ ପ୍ରସ୍ତୁତି

 ଏରସମା : ବାମପନ୍ଥୀ ଆନେ୍ଦାଳନର ମହାନାୟକ ତଥା ପୂର୍ବତନ ବିଧାୟକ ପୂର୍ବତନ ସାଂସଦ ସ୍ୱର୍ଗତ ଲୋକନାଥ ଚୌଧୁରୀଙ୍କ ଶହେ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ପ୍ରସ୍ଥାବିତ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସହ ସ୍ମରଣିକା ଜନ ନାୟକ ଲୋକନାଥ ଲୋକାର୍ପଣ ଉତ୍ସବ, ସଭା, ସମାବେଶ ପାଳନ ପାଇଁ ସଂକଳ୍ପ ନିଆଯାଇଛି । ଏ ନେଇ ଏରସମାର ସ୍ଥାନୀୟ ଗାନ୍ଧୀ ମଣ୍ଡପରେ ଲୋକନାଥ ଚୌଧୁରୀ ସ୍ମୃତି କମିଟି କାର୍ଯ୍ୟକର୍ତ୍ତା ବୈଠକ ଶଶୀଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜନନାୟକ ଲୋକନାଥ ସ୍ମରଣିକା ପାଇଁ, ଲେଖା ସବୁ ଆଗାମୀ ୨୫ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ସମ୍ପାଦକ ଅରୁଣ ବେହେରା ନିବେଦନ କରିଛନ୍ତି । ଏହି ସଭାରେ ପତ୍ରିକା ବାର୍ତ୍ତା କମିଟିରେ ଧୋଜ ରାଜ ଖଣ୍ଡୁଆଲ, ନିତ୍ୟାନନ୍ଦ ଦାସ, ଅମୂଲ୍ୟ ବିଶ୍ୱାଳ ଓ ପ୍ରଫୁଲ୍ଲ ଦାସଙ୍କୁ ମନୋନୀତ କରାଯାଇଛି । ବିଶ୍ୱ ଶ୍ରମିକ ଦିବସରେ ଏରସମା ଜଗନ୍ନାଥ ମନ୍ଦିରରେ ପରବର୍ତ୍ତୀ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସଭାରେ କୋଷାଧ୍ୟକ୍ଷ ନରେନ୍ଦ୍ର ସ୍ୱାଇଁ, ଦାମୋଦର ବେହେରା, ପିତାମ୍ବର ଦାସ, ରାମ ଚନ୍ଦ୍ର ମୁଦୁଲି, ବାସୁଦେବ ଖଣ୍ଡୁଆଲ, ସର୍ବେଶ୍ୱର ବେଉରା, ପ୍ରଫୁଲ୍ଲ ଦାସ, ରବି ଦାସ, ଧୀରେନ୍ଦ୍ର ଚୌଧୁରୀ, ଧୋଜରଜ୍ ଖଣ୍ଡୁଆଲ, ନିବାରଣ ନାୟକ, ଅକ୍ଷୟ ବେହେରା, ଅମୂଲ୍ୟ ବିଶ୍ୱାଳ, ନାଗୁ ଚରଣ ଦେବତା, ବିଚିତ୍ରାନନ୍ଦ ଦାସ, ଅମ୍ବିକା ପ୍ରସାଦ ମହାନ୍ତି, ଦ୍ୱିଜରାଜ ଦାସ, ନିତ୍ୟାନନ୍ଦ ଦାସ, ସଚ୍ଚି ଦାସ, ରଞ୍ଜନ ଜେନା, ଚନ୍ଦ୍ରଜିତ୍ ଦାସ, ରବି ଜେନା, ଲୋକନାଥ ମହାନ୍ତି, ଆରୁପନନ୍ଦ ସ୍ୱାଇଁ, ଅଭିଜିତ ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।