କୃଷକ ମୋର୍ଚ୍ଚାର ସାଂଗଠନିକ ବୈଠକ

 ବେତନଟୀ: ସ୍ୱାଧିନତା ଦିବସରେ ବିରାଟ ସେନାର କୃଷକ ମୋର୍ଚ୍ଚାର ସଭାପତି ନିରଜ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସେନାର ରାଜ୍ୟ ସଭାପତି ବିବ୍ରାଟ ଚନ୍ଦ୍ର ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସେନାର ପୂର୍ବତନ ସମ୍ପାଦକ ଦିବାକର ମହନ୍ତ, ସେନାର ବେତନଟୀ ବ୍ଳକ କମିଟୀର ସଭାପତି ଅନିଲ କୁମାର ବେହେରା, ସମ୍ପାଦନ ଗିରିଶ ଚନ୍ଦ୍ର ସାମଲ, ଉପସଭାପତି ସତ୍ୟନାରାୟଣ ବେହେରା ଓ ଜେଠମଲ ମହାନ୍ତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣକରିଥିଲେ  । ସେନାର ସଦସ୍ୟ ସଂଖ୍ୟା ସର୍ବନିମ୍ନ ୨୦ହଜାର ସାହାଯ୍ୟ କରାଜିବ ବୋଲି ବକ୍ତାମାନେ ନିଜନିଜ ବକ୍ତବ୍ୟରେ ଦୃଢତାର ସହିତ ମତପ୍ରକାଶ କରିଅଛନ୍ତି  । ଏଥିସହିତ ବିରାଟ ସେନାକୁ ଏକ ରାଜନୈତିକ ଦଳର ମାନ୍ୟତା ନିମନ୍ତେ ସମସ୍ତେ ସହମତି ପ୍ରକାଶ କଲେ ତତସହିତ ଗତତନ୍ତ୍ରରାଷ୍ଟ୍ରରେ ନାଗରିକମାନଙ୍କ ଗତତନ୍ତିକ ଅଧିକାରରୁ ବଞ୍ଚିତ କରାଯାଇଛି ବୋଲି ବକ୍ତାମାନେ ନିଜନିଜ ବକ୍ତିବ୍ୟରେ କ୍ଷୋଭ ପ୍ରକାଶ କରିଅଛିନ୍ତି  ।