ପ୍ରତିଭା ସମ୍ବର୍ଦ୍ଧନା ସଭା
ବିଶୋଇ : ଡମ ସମଜ ବିକାଶ ସମିତି ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମେଧା ସମ୍ବର୍ଦ୍ଧନା ସଭା ‘ପ୍ରେରଣା' ଆୟୋଜିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ମଳେନ୍ଦ୍ର କାଳନ୍ଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜ ଖବର କାଗଜର ମୁଦ୍ରକାର ଓ ପ୍ରକାଶକ ଡ଼ ପ୍ରଭାସ ଆଚାର୍ଯ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଗରିବ ମେଧାବୀ ଛାତ୍ରଛାତ୍ରୀ ପ୍ରେରିତ ହେବେ ଏବଂ ସାଧନା ପଥରେ ସଫଳ ହେବା ନେଇ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୀତା କୁଆଁର, ମାନସୀ ବାଗ, ନମିତା ଦାସ, ମୁଖ୍ୟବକ୍ତା ପ୍ରତାପ ଚନ୍ଦ୍ର ତେଲେଙ୍ଗା ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଚଳିତ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୭ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାରେ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା । ଡମ ସମାଜ ବିକାଶ ସମିତି ସମ୍ପାଦକ ଯୁବ ଆଇନଜୀବୀ ଗୁଲେଶ ଗୋଚ୍ଛାୟତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିବା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କୋଷାଧ୍ୟକ୍ଷ ଦେବ କିଶୋର କାଳନ୍ଦୀ, ଆଇନଜୀବୀ ଅମିତ କୁମାର ବୈଠା, ଅମର ସିଂ ଗଚ୍ଛାୟତ୍, ଗୌତମ ବୈଠା, ଜଗନ୍ନାଥ ବୈଠା, ନରେନ୍ଦ୍ର ବୈଠା, ସୁନିଲ କୁମାର କାଳନ୍ଦୀ, ନିରୋଜ କାଳନ୍ଦୀ, ସରୋଜ କୁମାର କାଳନ୍ଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।