ଶାନ୍ତିଲତା ସାହୁଙ୍କ ସ୍ମୃତିଚାରଣ
ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅକ୍ଷୟ ମହାରଣାଙ୍କ ଧର୍ମପନôୀ ଆଦର୍ଶ ଶିକ୍ଷୟତ୍ରୀ ସ୍ୱର୍ଗତା ଶାନ୍ତିଲତା ସାହୁଙ୍କ ସ୍ମୃତିଚାରଣ ସଭା ଦ୍ୱାଦଶସହ ଅବସରରେ ତାଙ୍କ ବାସଭବନ ପରିସରରେ ସ୍ମୃତିଚାରଣ ସଭା ସଂସଦର ସଭାପତି ଶିକ୍ଷକ ପ୍ରମୋଦ ଦାସଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଛି । ସଭାରେ ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଲାଲବିହାରୀ ଜେନା, କେନ୍ଦ୍ରାପଡା ସ୍ୱଂୟ ଶାସିତ କଲେଜ ପ୍ରାଧ୍ୟାପକ ଡ. ଯଚିନ୍ଦ୍ର ରାଉତ, ମାହାଙ୍ଗା ବ୍ଲକ୍ ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ଜେନା, ବାଲିଚନ୍ଦ୍ରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଦାସ, ପଣ୍ଡି ଜ୍ଞାନେନ୍ଦ୍ର ତ୍ରିପାଠୀ, ଜେଏନ୍ କଲେଜ କୁଆପାଳର ଅଧ୍ୟାପକ ପ୍ରଶାନ୍ତ ସାହୁ, କଳିଙ୍ଗ ଭାରତୀ ସଂସ୍କୃତ କଲେଜ ପ୍ରତିଷ୍ଠାତା ମନୋଜ ପରିଡ଼ା ଯୋଗଦେଇ ସ୍ୱର୍ଗତା ଶାନ୍ତିଲତା ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତା ଶିକ୍ଷୟିତ୍ରୀ ଜଣେ ସର୍ବଗୁଣାସମ୍ପନ୍ନା ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ । ପ୍ରେରଣାଦାୟୀ ଶିକ୍ଷା ଆଲୋକ ସ୍ତମ୍ବ ହୋଇ ତାଙ୍କ ଛାତ୍ରଛାତ୍ରୀ ମହଲରେ ଚିରଦିନ ଅମର କରି ରଖିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର ଇ. ଅଶୋକ ମଲ୍ଲିକ, ଭଦ୍ରକ ଇଂ. ଟ୍ନୋଲୋଜୀ ଅଧ୍ୟାପକ ଦୁର୍ଗା ପସନ୍ନ ପଟ୍ଟନାୟକ, ବିଏସ୍ନାଲ ଭୁବେଶ୍ୱର ଇଂ. ଜ୍ୟୋତିରଂଜନ ସାହୁ, କିସ୍ ବିଶ୍ୱବିଦ୍ୟାଳୟର ଭୁନେଶ୍ୱରର ଡ.ଶିଶିର କୁମାର ତ୍ରିପାଠୀ, ଡ.ପରୀକ୍ଷିତ ଖଟୁଆ, ଡ.ଅନ୍ନଦା ଶଙ୍କର ଦାସ, କବି ସରୋଜ କାନ୍ତ ପରିଜା, ଅଧ୍ୟାପକ ଉଦୟ ମହାନ୍ତି, ଶିକ୍ଷାବିତ ରନôାକର ପଣ୍ଡା, ଡ.ଭାଗ୍ୟଧର ସାହୁ, ମାମିନା ସାହୁ, ଅଧ୍ୟାପକ ପ୍ରମାଦ କୁମାର ଦାସ, ସମାଜସେବୀ ବିଳାସ ଚନ୍ଦ୍ର ବାରିକ, ବିଭୁଶଙ୍କର ପୁଷ୍ଟି, ରଣଜିତ୍ ସାହୁ, ଇ.ସନ୍ତୋଷ କୁମାର ସେଠୀ, ଅଧ୍ୟାପକ ସଂଗ୍ରାମ କେଶୋରୀ ପରିଡ଼ା, ପୂଜ୍ୟପୂଜା ସଂସଦର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାମଲ ଯୋଗ ଦେଇ ସ୍ୱର୍ଗତା ଶିକ୍ଷୟତ୍ରୀ ଲୋକଙ୍କ ହୃଦୟରେ ଚିରସ୍ଥାୟୀ ହୋଇ ରହିବ ବୋଲି ମତ ଦେଇଥିଲେ । ସ୍ମୃତିଚାରଣ ସଭାରେ ପ୍ରମୋଦ କୁମାର ଦାସଙ୍କ ସମ୍ପାଦନାରେ ‘ଶାନ୍ତିରେ ଶାନ୍ତିଲତା' ସ୍ମରଣିକାକୁ ଉନ୍ମୋଚିତ ହୋଇଥିଲା । ସ୍ମରଣିକାର ସହ ସମ୍ପାଦକ ସାମ୍ବାଦିକ ଏକାଦଶୀ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱର୍ଗତା ସାହୁଙ୍କ ସୁପୁତ୍ର ପ୍ରକାଶ ଧନ୍ୟବାଦ୍ ଦେଇଥିଲେ । ପରିବାର ଅମରେଶ, ଗିରିଜା ପ୍ରସାଦ, ମନୋଜ, କ୍ଷେତ୍ରବାସୀ, ସୁପ୍ରଭା, ସୁଚିତ୍ରା. ସୁମିତ୍ରା, କୈବଲ୍ୟ ପ୍ରମୁଖ ସହଯୋଗ କରିଥିଲେ ।