ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା
ନୂଆପଡା : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଖଇରା ଗ୍ରାମପଞ୍ଚାୟତ ଅଧିନସ୍ଥ ଅମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ୨ଟି ଶିକ୍ଷକଙ୍କୁ ଅନ୍ୟତ୍ର ବଦଳିକୁ ନେଇ ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅବିଭାବକ ବସିଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଯେ, ବିଦ୍ୟାଳୟରେ ୮ଟି କ୍ଲାସକୁ ଚାରିଟି ଶିକ୍ଷକ ଥିବାବେଳେ ପିଲାସଂଖ୍ୟା ୨୩୬ ରହିଛି । ଯାହାଫଳରେ ଶିକ୍ଷଦାନରେ ବାଧାପ୍ରାପ୍ତ ହେଉଥିଲା । ପୁଣି ସ୍ଥାନୀୟ ଭଲଶିକ୍ଷକମାନଙ୍କୁ ସାତ ଦିନ ତଳେ ବଦଳି କରିଦେଇଥିଲେ ବ୍ଲକ ଗୋଷ୍ଠୀ ଶିକ୍ଷଧିକାରୀ । ଏଣୁ ଏହାର ପ୍ରତିବାଦରେ ଗାଁ ଲୋକେ ଓ ଛାତ୍ରଛାତ୍ରୀ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ବୋଡ଼େନ ବିଇଓ ରୁଦ୍ରେଶ୍ୱର ମେହେର ଓ ଖଇରା କ୍ଲଷ୍ଟର ସିଅରସିସି ଉତ୍ତମ ପ୍ରସାଦ ମହାଉତି ଘଟଣାସ୍ଥଳରେ ପହଂଚି ତୁରନ୍ତ ଜଣେ ଶିକ୍ଷକ ଓ ପନ୍ଦର ଦିନ ମଧ୍ୟରେ ଆହୁରି ଜଣେ ଶିକ୍ଷକ ଦେବେ ବୋଲି ପ୍ରତିଶ୍ରୁତି ଦେଲା ପରେ ଗ୍ରାମର ଧରଣୀ ହଂସ, ଟିପୁ ହଂସ କୈଳାଶ ଦଲ, ବିଶେଶ୍ୱର ହଂସ, ରୁପସୀଙ୍ଗ ହଂସ, ଯୋଗେନ୍ଦ୍ର ଛ ତ୍ରିଆ, ମହେଶ ହଂସ, ଦିଲୀପ ବିଭାର, ମହେଶ ହଂସ, ନୀଳାମ୍ବର ବିଭାର ଦିଆଳୁ ହଂସ, ପର୍ଶୁ ବେମାଲଙ୍କ ସମତେ ୨ ଶହଛାତ୍ରଛାତ୍ରୀ ଆନେ୍ଦାଳନରୁ ଓହରିଥିଲେ ।