ମା’ବୁଢ଼ୀ ବରୁଣେଇ ‘ରଜକ ସଂଘ’ ପ୍ରତିଷ୍ଠା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ଜଳହରୀ ବାତ୍ୟା ଆଶ୍ୟୟସ୍ଥଳୀରେ ବୁଧବାର ମା’ ବରୁଣେଇ ‘ରଜକ ସଂଘ’ ପ୍ରତିଷ୍ଠିତ ହୋଇଯାଇଛି । ଜିଲ୍ଲା ରଜକ ସଂଘ ସଭାପତି ଅନନ୍ତ ଚରଣ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମାଳଦା, ଷୋଳମପୁର, ନପଙ୍ଗ ଆଦି ପଞ୍ଚାୟତର ଶତାଧିକ ରଜକମାନେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ରଜକ ସମାଜର ବିଭିନ୍ନ ସମସ୍ୟା ଓ ସେଗୁଡିକର ସମାଧାନ ନିମନ୍ତେ ସଙ୍ଗଠନ ଆବଶ୍ୟକତା ଥିବା ସମ୍ପର୍କରେ ମତ ପ୍ରକାଶ ପାଇଥିଲା । ଆଜିର ବୈଠକରେ ରଜକ ସମାଜ ପାଇଁ ସ୍ଥାନୀୟ ଭାବେ ଏକ ସଙ୍ଗଠନ ଗଢାଯିବାକୁ ନିଷ୍ପତ୍ତି ହୋଇଥିଲା । ନୂତନ ସଂଘର ନାମ ମା’ବୁଢ଼ୀ ବରୁଣେଇ ରଜକ ସଂଘ ଭାବେ ନାମିତ କରାଯାଇଥିଲା । ଏହି ନୂତନ ସଂଘର ସଭାପତି ଭାବେ ଧନେଶ୍ୱର ସେଠୀ, ନନ୍ଦକିଶୋର ସେଠୀ ଉପସଭାପତି, ବାଇଧର ସେଠୀ ସାଧାରଣ ସମ୍ପାଦକ, ଅର୍ଜ୍ଜୁନ ଚରଣ ସେଠୀ ସହ ସମ୍ପାଦକ ଓ ବଳରାମ ସେଠୀ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ରଜକ ସମାଜର ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା । ନରହରି ସେଠୀ, ନିରଞ୍ଜନ ସେଠୀ, ସୁଦର୍ଶନ ସେଠୀ, ଗୁରୁଚରଣ ସେଠୀ, ବିଶ୍ୱଜିତ ସେଠୀ, ସନାତନ ସେଠୀ, ଖଗେଶ୍ୱର ସେଠୀ, ଅଧର ସେଠୀ, କୈଳାସ ସେଠୀ, ପ୍ରତାପ ସେଠୀ ପ୍ରମୁଖ ବୈଠକ ପରିଚାଳନା କରିଥିଲେ ।