ଶିକ୍ଷକଙ୍କୁ ମାଡ଼ମାରି ହରଡ଼ଘଣାରେ ଯୁବକ
ାା ପ୍ରଭାନୁ୍ୟଜ୍ ।ା ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥ କଲୋନୀ ପ୍ରାଇମେରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସୁଧାକର ବିଶ୍ୱାଳଙ୍କୁ ସ୍କୁଲ ଭିତରେ କୌଣସି ଘଟଣାକୁ କେନ୍ଦ୍ରକରି ବଡ଼ଯୋରଡ଼ା ସରପଞ୍ଚ ଜିତେନ ବେହେରା, କିସେନ୍ଦ୍ର ସାହୁ ଓ ରାଜଶେ ଦାସ ଅସଦାଚରଣ କରିବା ସହ ମାଡ଼ମାରିଥିବା ଅଭିଯୋଗରେ କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଆଧାରକରି ପୋଲିସ୍ ଘଟଣା ସ୍ଥଳରେ ପଂହଚି ତଦନ୍ତକରି ଅଭିଯୁକ୍ତଙ୍କ ନାମରେ ଦଫା ୨୯୬, ୧୧୫(୨), ୩୫୧ (୨), ୩(୫) ଏକ ମାମଲା ରଜୁ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।