ଶିକ୍ଷାର୍ଥୀଙ୍କ ରଚନାତ୍ମକ ବିକାଶ

ଶିକ୍ଷା ସମାଜ ବିକାଶର ମୂଳ ଉତ୍ସ । ଯେଉଁ ରାଷ୍ଟ୍ର, ସମାଜ ବା ଗୋଷ୍ଠୀ ଯେତେ ଶିକ୍ଷିତ, ସେ ସେତିକି ବିକଶିତ । ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ମଣିଷର ମୌଳିକ ଶିକ୍ଷା ତାର ଶୈଶବରୁ ଆରମ୍ଭ ହୋଇଥାଏ । କି ଧନୀ କି ଗରିବ, ପ୍ରତ୍ୟେକ ଅଭିଭାବକ ଚାହେଁ ତାର ସନ୍ତାନ ଉତ୍ତମ ଶିକ୍ଷା ପ୍ରାପ୍ତ କରି ଭବିଷ୍ୟତରେ ଏକ ପ୍ରତିଷ୍ଠିତ ନାଗରିକ ହୋଇ ସମାଜରେ ବଞ୍ଚୁ । ଆମର ଆଦିମ ଶିକ୍ଷା ବ୍ୟବସ୍ଥା ପୁରାତନ କାଳରେ ଋଷି, ମୁନି, ଅବଧାନ, ପଣ୍ଡିତ, ଚାଟଶାଳୀ ବା ଗୁରୁକୁଳରେ ହେଉଥିଲା ଯାହାକି ବର୍ତ୍ତମାନ ଅତ୍ୟାଧୁନିକ କାଳରେ ବିିଭିନ୍ନ ନର୍ସରୀ, ଅଙ୍ଗନବାଡ଼ି, ପ୍ଲେ ସ୍କୁଲ ଆଦିରେ ଚାଲୁଛି । 
ଶିକ୍ଷାର ଏହି ପ୍ରତିଯୋଗିତା ତଥା ସଫଳତା ଭିତ୍ତିକ ଆବଶ୍ୟକତାରୁ ଆରମ୍ଭ ହୁଏ ହୋମୱାର୍କ ସମ୍ପର୍କିତ ଆଲୋଚନା । ଶିକ୍ଷା କ୍ଷେତ୍ରରେ ହୋମୱାର୍କ ଶବ୍ଦଟିର ପ୍ରଚଳନ ନେଇ ଯଦିଓ ସଠିକ କିଛି ତଥ୍ୟ ନାହିଁ, ତେବେ ପ୍ରାଚୀନ ରୋମରେ ଚସକ୍ଷବଦ୍ଭଚ୍ଚ ନାମକ ଜଣେ ଶିକ୍ଷକ ସ୍କୁଲ ସାରିବା ପରେ କିଛି ଟାସ୍କ ଦେଉଥିବାର ତଥ୍ୟ ଅଛି । ଇଟାଲୀର ଜକ୍ଟଭରକ୍ସଗ୍ଧ ଘରଙ୍ଖସକ୍ଷସଗ୍ଦ ୧୯୦୫ ମସିହାରେ ହୋମୱାର୍କ ତତ୍ତ୍ୱର ବ୍ୟବହାର ପାଇଁ ବେଶ ପରିଚିତ । ମାତ୍ର ଐକ୍ଟକ୍ସବମର ଗବଦ୍ଭଦ୍ଭ ହିଁ ଆମେରିକାରେ ଏହାର ବ୍ୟବହାର ଆରମ୍ଭ କରିଥିଲେ । ଏପରିକି ୧୯୩୦ ମସିହାରେ ଏହାକୁ ଶିଶୁ ଶ୍ରମିକ ପ୍ରଥା ଭଳି ମନେ କରାଯାଉଥିଲା । ଶୀତଳ ଯୁଦ୍ଧ ସମୟରେ ଆମେରିକା ନିଜ ଦେଶ ଛାତ୍ରଙ୍କୁ ସୋଭିଏତ ଛାତ୍ରଙ୍କ ଠାରୁ ଆଗରେ ରଖିବା ପାଇଁ ଏହାକୁ ଉନ୍ନତ ଶିକ୍ଷାର ଆବଶ୍ୟକତା ଭାବୁଥିଲା । ୧୯୮୬ ମସିହାରେ ଆମେରିକା ସରକାରୀ ଭାବରେ ଏହାକୁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ବୋଲି ସ୍ୱୀକୃତି ଦେଇଥିଲା । ପ୍ରାଚୀନ ଭାରତର ଗୁରୁକୁଳକୁ ଅନୁଧ୍ୟାନ କଲେ ଶିକ୍ଷାର ଚାରୋଟି ବିନ୍ଦୁ ପଠନ, ଲିଖନ, ଅନୁଷ୍ଠାନ ଓ ସ୍ୱଧ୍ୟାୟ । ଏହି ସବୁରେ ବିନା ଗୁରୁରେ ଅଭ୍ୟାସ ଯାହାକୁ ଆଜିକାଲିର ହୋମୱାର୍କର ଏକ ରୂପ ବୋଲି ମଧ୍ୟ ଅନେକେ ମତ ଦିଅନ୍ତି । ସ୍କୁଲର ବିଧିବଦ୍ଧ ସମୟସାରଣୀ ପରେ ଛାତ୍ରଛାତ୍ରୀଙ୍କୁ ଯେଉଁ ସବୁ ବିଷୟବସ୍ତୁ ପଢ଼ିବାକୁ ବା ଲେଖିବାକୁ ପଡ଼େ, ତାକୁ ହୋମୱାର୍କ କୁହାଯାଏ । ପଢ଼ିବା ଓ ଲେଖିବା ଦୁଇଟି ଯାକ ଶବ୍ଦର ରୂପରେଖ ହିଁ ହୋମୱାର୍କର ଭୂମିକାକୁ ସ୍ପଷ୍ଟ କରେ । କ୍ଲାସରୁମ ବାହାରେ ଶିକ୍ଷକ ଦେଉଥିବା ଟାସ୍କକୁ ସାଧାରଣତଃ ଏହି ଶ୍ରେଣୀରେ ଗ୍ରହଣ କରାଯାଇଥାଏ । ଆଜିକାଲି ଏହାକୁ ଶିକ୍ଷାର ଏକ ମୁଖ୍ୟ ଆଧାରଶୀଳା ଭାବରେ ଗଣାଯାଉଛି । କ୍ଲାସରୁମରେ ପଢ଼ା ସରିବା ପରେ ଅଭ୍ୟାସ କରିବା ହେଉ ବା ବୁଝିବା ନିମିତ୍ତ ହେଉ ବା ସେଲ୍ଫ ଷ୍ଟଡି ପାଇଁ ଶିକ୍ଷକ ଯାହା ନିଦେ୍ର୍ଦଶ ଦେଇଥାନ୍ତି, ତାଙ୍କୁ ଛାତ୍ରଛାତ୍ରୀ, ଅଭିଭାବକ ହୋମୱାର୍କ ବୋଲି ଭାବନ୍ତି । ବର୍ତ୍ତମାନର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ହୋମୱାର୍କକୁ ନେଇ ମଝିରେ ମଝିରେ ଚର୍ଚ୍ଚା ହୋଇଥାଏ । ସେମାନଙ୍କୁ ହୋମୱାର୍କ ଦିଆଯିବା ଉଚିତ କି ନୁହେଁ, ପ୍ରକୃତରେ ଏହାର ଆବଶ୍ୟକତା ରହିଛି କି ନାହିଁ, ଏହାକୁ ନେଇ ସର୍ବଦା ବିତର୍କ ଲାଗି ରହିଛି । ଏହି ପ୍ରସଙ୍ଗକୁ ନେଇ ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଭିନ୍ନ ଭିନ୍ନ ମତ ରହିଛି । କେତେକ ପିଲା ଏହାକୁ ବୋଝ ବୋଲି ଭାବିଥାନ୍ତି, ଆଉ କେତେକ ଏହାର ଆବଶ୍ୟକତା ରହିଛି ବୋଲି ମତ ଦିଅନ୍ତି । ତେବେ ଶିକ୍ଷକମାନଙ୍କ ମତ ହେଲା ଛାତ୍ରଛାତ୍ରୀମାନଙ୍କ ପାଇଁ ହୋମୱାର୍କ ବା ଗୃହକାର୍ଯ୍ୟ ଜରୁରୀ । କିନ୍ତୁ ଏମିତି ବି ଅତ୍ୟଧିକ ହୋମୱାର୍କ ଦିଆଯିବା ଉଚିତ ନୁହେଁ, ଯାହା କୋମଳମତି ଛାତ୍ରଛାତ୍ରୀଙ୍କୁ ଆରାମ ଦେବାରେ ଅସୁବିଧା ସୃଷ୍ଟି କରିବ । ଅତ୍ୟଧିକ ହୋମୱାର୍କ ସେମାନଙ୍କ ମାନସିକ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଆମେରିକାରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ହୋମୱାର୍କ ଦିଆଯିବା ଉଚିତ ନୁହେଁ । ଦୁଇ ଘଣ୍ଟାରୁ ଅଧିକ ହୋମୱାର୍କ ଦିଆଯିବା କ୍ଷତିକାରକ । ହୋମୱାର୍କ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ଅତ୍ୟନ୍ତ ଜରୁରି । ତେବେ ସୀମିତ ସମୟ ମଧ୍ୟରେ ହୋମୱାର୍କ କରିବାକୁ ପଡ଼ୁଥିବାରୁ ସେମାନଙ୍କ ଉପରେ ମାନସିକ ଚାପ ପଡ଼ିଥାଏ । ହୋମୱାର୍କ ଦିଆଯିବା ଉଚିତ, କିନ୍ତୁ ଟିକିଏ କମ ।  ଟାସ୍କ ପୁରା କରିବାରେ ଅଭିଭାବକଙ୍କ ମଧ୍ୟ ଭୂମିକା ରହିଛି । ସେମାନେ ହୋମୱାର୍କ ଯୋଗୁଁ କିଛି ସମୟ ନିଜ ପିଲାଙ୍କ ସହିତ ବିତାଇ ପାରିବେ । ପ୍ରୋଜେକ୍ଟ ୱାର୍କ ଦିଆଯିବା ଫଳରେ ଛାତ୍ରଛାତ୍ରୀମାନଙ୍କ ରଚନାତ୍ମକ ବିକାଶ ହୋଇଥାଏ । ତେବେ ଯାହା ହେଉନା କାହିଁକି ହୋମୱାର୍କ ପିଲାମାନଙ୍କ ସୃଜନଶୀଳତାକୁ ବଢ଼ାଇବା ସହ ସେମାନଙ୍କ ବୌଦ୍ଧିକ ସାମର୍ଥ୍ୟକୁ ଆଗକୁ ନେଇଥାଏ । 
ଡ. ସୁରେଶ କୁମାର ନାୟକ,କଟକ