ଅରକ୍ଷିତ ଦାସଙ୍କ ଜନ୍ମଉତ୍ସବ 

 ବାଲିଚନ୍ଦ୍ରପୁର: ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଲଳିତଗିରି ନିକଟ ମହାପୁରୁଷଙ୍କ ସାଧନା କ୍ଷେତ୍ର ଓଳାଶୁଣି ଗୁମ୍ଫା ପୀଠରେ ଓଳାଶୁଣୀ ଗୁମ୍ଫା ପ୍ରଚାର ପ୍ରସାର କମିଟି ପକ୍ଷରୁ ସନ୍ଥ ସାଧକ ତଥା ଭବିଷ୍ୟତ ମାଳିକାର ଅନ୍ୟତମ ସ୍ରଷ୍ଟା ମହାପୁରୁଷ ଅରକ୍ଷିତ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଓଳାଶୁଣି ଗୁମ୍ଫା ପ୍ରଚାର ପ୍ରସାର କମିଟିର ସାଧାରଣ ସମ୍ପାଦକ ନବ କିଶୋର ସାମଲଙ୍କ ପୌରହିତ୍ୟରେ ସନ୍ଥ ଅରକ୍ଷିତ ଦାସଙ୍କ ମହିମଣ୍ଡଳ ଗୀତର ଇଂରାଜୀ ଅନୁବାଦକତଥା ମଞ୍ଚ ଓ ସିନେ ଅଭିନେତା ଜୀବନାନନ୍ଦ ପଣ୍ଡା, ସମାଜସେବୀ ରୁଦ୍ର ନାରାୟଣ ସିଂହ,ଦିଲ୍ଲୀପ କୁମାର ସିଂହ, ମହେନ୍ଦ୍ର କୁମାର ରଣସିଂହ, ପ୍ରଦୀପ୍ତ ମହାରଣା, ଏକାଦଶୀ ସେଠୀ, ହରିହର ସିଂହ, ଚିତରଞ୍ଜନ ସିଂହ, ଦୁଃଶାସନ ସାହୁ, ନାରାୟଣ ସାହୁ, ସୁଧାକର ମହାନ୍ତି, ଶିଶିର କୁମାର ସାହୁ,ଦେବେନ୍ଦ୍ର ଦାସ, ସମାଜସେବୀ ରୁଦ୍ର ନାରାୟଣ ସିଂ, ଅମୂଲ୍ୟ ସିଂହ,ପ୍ରତାପ ସେନାପତି, ଜିତେନ୍ଦ୍ର ନନ୍ଦ, ବିଭୂତି ଭୂଷଣ ସାମଲ,ଶିଶିର ସାମଲ,ଅମୁଲ୍ୟ କୁମାର ସିଂହ, ହରେକୃଷ୍ଣ ସିଂହ, ଅଜୟ କୁମାର ନାୟକ, ଦେବେନ୍ଦ୍ର ଦାସ,ପ୍ରଫୁଲ୍ଲ କୁମାର ପଣ୍ଡା, ବିଜୟ ଜେନା, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ରହି ମହାପୁରୁଷଙ୍କୁ ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ ।