‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ  

 ନବରଙ୍ଗପୁର,: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିଦେ୍ର୍ଦଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ  କାର୍ଯ୍ୟକ୍ରମ ମିଶନଶକ୍ତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦେ୍ଦଶ୍ୟରେ  ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ  ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି  କମିଟି ଯଥା ଜିଲ୍ଲାସ୍ତରୀୟ  ଶିଶୁ  ସୁରକ୍ଷା  କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଜିଲ୍ଲାପାଳ ଡ.କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାକୁ ଏକ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ରୂପେ ପରିଗଣିତ କରିବା ନିମନ୍ତେ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟ କରାଯିବା ସହିତ ଶିଶୁ ଶ୍ରମିକକୁ ରୋକିବାରେ  ସମାଜର  ସବୁ ବର୍ଗର  ବ୍ୟକ୍ତି ବିଶେଷଙ୍କର ସହଯୋଗର ଆବଶ୍ୟକତା ଉପରେ ଜିଲ୍ଲାପାଳ ଡ.ମିଶ୍ର ଗୁରୁତ୍ୱ ଆରୋପ  କରିବା ସହିତ ଜିଲ୍ଲାର ସମସ୍ତ ଅଧିକାରୀମାନେ ଶିଶୁ ଶ୍ରମିକକୁ ରୋକିବା ନିମନ୍ତେ   ପ୍ରଥମିକତା ଦେଇ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । 
ପାରମ୍ଭରେ  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ  ଜିଲ୍ଲାର ସମସ୍ତ ବ୍ଲକ ଓ ୧୦୬ଟି ଗ୍ରାମ ପଞ୍ଚାୟତ ଗୁଡିକରେ ଶିଶୁ ସୁରକ୍ଷା କମିଟି  ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଗଠନ ହୋଇ ଅନୁରୂପ ଭାବରେ ବୈଠକ କରାଯାଇ ଥିବାର  ସୂଚନା ଦେଇ ଥିଲେ । ପରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ  ଶିବାନୀ ଗୁହା ଚଳିତ ବର୍ଷ ରେ ଜିଲ୍ଲାରେ  ମୋଟ ୧୩୮   ଗୋଟି ବାଲ୍ୟବିବାହକୁ ବନ୍ଦ କରାଯାଇ ଥିବାର ପଦକ୍ଷ ଉପରେ ମତବ୍ୟକ୍ତ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ  ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ ।  ଅନ୍ୟମାଙ୍କ ମଧ୍ୟରେ ମଣ୍ଡଳ ଶ୍ରମଆୟୁକ୍ତ  କୁବେର ବେହେରା, ଦିବ୍ୟାକାନ୍ତି ଲାକରା, ରେଶମ ଲାଲ ନାୟକ, ଛୋଟ ରାୟ ଟୁଡୁ, ଆନନ୍ଦ ପଲାଇ, କପିଲଦେବ ସାହୁ, ଅଜନ୍ତା ଶୁଭଦର୍ଶନୀ, ଏସେ  ଗୀତା, ଯମୁନା ଭତ୍ରା , ସଞ୍ଜୁକ୍ତା ବେହେରା , ଗୀତା ମିଶ୍ର , ବିରଜା ମୋହିନୀ ପାଙ୍ଗି, ବିନୀତା ଜେଠି, ମିନତୀ ବେହେରା, ସୁଦର୍ଷନି ରଥ, ପ୍ରଭାସିନୀ  ପଟ୍ଟନାୟକ, ବିକ୍ରମ କିଶୋର ରାଣା , ଶୋଭା ର  ସଂଯୋଜିକା  ଉର୍ମି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।