ଶୀତବସ୍ତ୍ର ଓ ଫଳ ବଣ୍ଟନ
ବନ୍ତ: ବନ୍ତ ବ୍ଲକ ବି.ଟି.ପୁର ସ୍ଥିତ ଇଲେଭେନ୍ ଷ୍ଟାର କ୍ଲବ ପରିସରରେ ଶୁକ୍ରବାର ଭଦ୍ରକ ସହରର ବିଶିଷ୍ଟ ସମାଜସେବୀ ପ୍ରବୀର ମହାନ୍ତିଙ୍କ ୧୧ ତମ ଶ୍ରାଦେ୍ଧାସôବ ଅବସରରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳେ ଆଗରପଡା କଲେଜ ଛକ ସ୍ଥିତ ଗୋପିନାଥ ଜରାନିବାସ ପରିସରରେ ଥିବା ଅନ୍ତେବାସୀଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରା ଯାଇଥିଲା । ଆୟୋଜିତ ସ୍ମୁତି ଚାରଣ ସଭାକୁ ସାମ୍ବାଦିକ ହେମନ୍ତ ସିଂହ ପରିଚାଳନା କରିଥିଲେ । ସ୍ତମ୍ଭକାର ସୁବୋଧ କୁମାର ସାହୁଙ୍କ ସଭାପତିତ୍ୱରେ ଇଂ. ମଧୂସୁଦନ ସାହୁ, ନାଟ୍ୟ ନିଦେ୍ର୍ଦଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ଆଗରପଡା ବରିଷ୍ଠ ନାଗରିକ ସଂଘ ସଭାପତି କୈଳାସ ଚନ୍ଦ୍ର ଧଳ, ସାହିତି୍ୟକ ନାରାୟଣ ଚନ୍ଦ୍ର ଲେଙ୍କା, ନୃତ୍ୟ ଗୁରୁ ସୁଭେନ୍ଦୁ ଲେଙ୍କା, ବରିଷ୍ଠ ନାଗରିକ ଫକିର ଚରଣ ବାରିକ୍, ମଦନ ମୋହନ ଦାଶ, ଭୋଳାନାଥ ନାୟକ, ଶଙ୍ଖାଳୀ ଚରଣ ରାଉଳ, ଅଧ୍ୟାପିକା ପ୍ରତିମା ସାହୁ, ଯୁବନେତା ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା, ଗୋପିନାଥପୁର ସରପଞ୍ଚ ସବିତା ରାଣୀ ନାୟକ ପ୍ରମୁଖ ସ୍ୱର୍ଗତଃ ପ୍ରବୀରଙ୍କ ବହୁମୁଖୀ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ସେ ଜୀବନ ବୀମା ନିଗମରେ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ସମାଜର ଦୁସ୍ତ ଓ ଅବହେଳିତ ଲୋକଙ୍କ ପାଇଁ ସାମାଜିକ କାର୍ଯ୍ୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କୁ ମ୍ରିୟମାଣ କରିଛି ବୋଲି କହିଥିଲେ ଅତିଥି । ଏହି ଅବସରରେ ଦୁସ୍ତ ଅସହାୟ ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର, ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ସଞ୍ଚାର ନୃତ୍ୟ ଅନୁଷ୍ଠାନର ସୌଚାଳୟ ଗୃହ ଓ ସଭା ମଞ୍ଚ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ସଂଚାର ପରିବାରର କୋଷାଧ୍ୟକ୍ଷ ରତ୍ନାକର ଦାସ, ଚିତ୍ତ ରଞ୍ଜନ ଦାସ, ଗାୟତ୍ରୀ ଦାସ ପ୍ରମୁଖ ପରିଚାଳନା କରିଥିଲେ ।