ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ

ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ଶେଖ୍‌ ହସିନା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍‌ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ରାୟ ଶୁଣାଇ ଫାଶୀଦଣ୍ଡ ଶୁଣାଇଛନ୍ତି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଇଣ୍ଡରନ୍ୟାସନାଲ କ୍ରାଇମ୍‌ ଟ୍ରିବ୍ୟୁନାଲ୍‌ । ମାନବିକତା ବିରୋଧରେ ଦାଖଲ ହୋଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଗୁଲାମ ମୁର୍ତାଜାଙ୍କ ଖଣ୍ଡପୀଠ ଶେଷରେ ହସିନାଙ୍କ ବିରୋଧରେ ରାୟ ଦେଇଛନ୍ତି । ରାଜଧାନୀ ଢାକା ସମେତ ସମଗ୍ର ବାଂଲାଦେଶରେ ଚାପା ଉତ୍ତଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହାଇଆଲର୍ଟରେ ରହିଛି ପୂରା ଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍‌ଙ୍କ ରାୟ ପୂର୍ବରୁ ଦେଶରେ ଜାରି ହୋଇଥିଲା ହାଇଆଲର୍ଟ ।

      ୨୦୨୪ ମସିହା ଜୁଲାଇ ମାସରେ ସରକାରୀ ଚାକିରିରେ ଥିବା କୋଟା ବ୍ୟବସ୍ଥାର ସଂସ୍କାର ଦାବିରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ଏହି ଆନ୍ଦୋଳନ ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଥିଲା, ଯେଉଁଥିରେ ଶେଖ ହସିନାଙ୍କ ଇସ୍ତଫା ଦାବି କରାଯାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ଜାତିସଂଘର ତଦନ୍ତକାରୀଙ୍କ ଅନୁଯାୟୀ, ଏହି ହିଂସାରେ ପ୍ରାୟ ୧,୪୦୦ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ୫ ଅଗଷ୍ଟ ୨୦୨୪ ରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତ ପଳାଇଆସିଥିଲେ ।