ଶୋଚନୀୟ ନଦୀବନ୍ଧ ରାସ୍ତା 

 ବରୀ : ଆଗକୁ ବର୍ଷା ଆସୁଛି । ବର୍ଷା ପୂର୍ବରୁ ନଦୀବନ୍ଧ ରାସ୍ତା ମରାମତି ସହ ସୁଦୃଢ କରିବାକୁ ସରକାରୀ ନିଦେ୍ର୍ଦଶ ରହିଛି । ହେଲେ ଯାଜପୁର ଜିଲା ପ୍ରଶାସନ ନଦୀବନ୍ଧ ରାସ୍ତା ମରାମତି କରି ସୁଦୃଢ କରିବାକୁ ଆଗେଇ ଆସିନି । ଯାହା ଫଳରେ ନଦୀବନ୍ଧ ରାସ୍ତା ସାମାନ୍ୟ ବର୍ଷାରେ ଅନେକ ସ୍ଥାନରେ ପାଣି ଜମି ରହୁଛି । ବିଞ୍ଝାରପୁର ଜଳସମ୍ପଦ ଅଧିନ ବରୀ ବ୍ଲକ ଖରସ୍ରୋତା ଓ ତନ୍ତୀଘାଇର ନଦୀବନ୍ଧ ଭଅଁରା ପଞ୍ଚାୟତର ରାଇପୁର ମହାପୁରୁଷ ନିକଟରୁ ବୋଦୁଅ ପଞ୍ଚାୟତର ରେବଲ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଉପରେ ଖାଲରେ ଭର୍ତ୍ତି ହେଉଛି । ପ୍ରାକ୍ ମୌସୁମୀ ବର୍ଷା ହେବା ଫଳରେ ଖାଲ ଥିବା ସ୍ଥାନରେ ବର୍ଷା ପାଣି ଜମିଛି । ନଦୀବନ୍ଧ ମାନଙ୍କ ସ୍ଥାନେ ସ୍ଥାନେ ରେନ୍କଟ ରହିଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ୩ରୁ ଉର୍ଦ୍ଧ ପଞ୍ଚାୟତର ଜନସାଧାରଣ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ରାସ୍ତାର ଏଭଳି ଶୋଚନୀୟ ଥିବାରୁ ଏହି ରାସ୍ତା ଉପରେ ପଥର ଗାଡି, ଚିପ୍ସସ ଗାଡି ଚଳାଚଳ ଯୋଗୁ ରାସ୍ତା ଖାଲଖମାରେ ଭର୍ତି ହୋଇପଡ଼ିଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ନଦୀକୁଳରେ ବସ ବାସ କରୁଥିବା ଲୋକମାନେ ଯାତାୟତରେ ଅସୁବିଧା ଭୋଗିବା ଥୟ । ତୁରନ୍ତ ଏଥି ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।