ଶୋଭନୀୟ ଶିକ୍ଷାଶ୍ରମରେ ଚାରାରୋପଣ କାର୍ଯ୍ୟକ୍ରମ
ବରୀ : ବରୀ ବ୍ଲକ ମେଦୁଆକୁଳ ସ୍ଥିତ ଅଜାଣବନ ସୋଭନୀୟ ଶିକ୍ଷାଶ୍ରମ ପରିସରରେ ଶିକ୍ଷାନୁଷ୍ଠାନର ଜାତୀୟସବୁଜ ବାହିନୀ ଓ ଶକ୍ତିସଂରକ୍ଷଣ ସେଇର ମିଳିତ ସହଯୋଗରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାଶ୍ରମର ମୁଖ୍ୟ ସେବକ ଡ଼.ନୃସିଂହ ଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଚାରାରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ପରିବେଶ ସମିତିର ସମ୍ପାଦକ ଶରତ ଚନ୍ଦ୍ର ସାହୁ, ବିଷ୍ଣୁଚରଣ ସାହୁ, ମକରଧ୍ୱଜ ସାହୁ, ଅନିରୁଦ୍ଧ ମଲ୍ଲ, ବୈଷ୍ଣବ ଚରଣ ଦାସ, ଜାତୀୟ ସବୁଜ ବାହିନୀର ତତ୍ତ୍ୱାବଧାରକ ଦୁର୍ଯେ୍ୟାଧନ ଓଝା ପ୍ରମୁଖ ଯୋଗ ଦେଇ କରଂଜ, କଦମ୍ବ, ନୀଳଗିରି, କୃଷ୍ଣଚୁଡା, ଆକାଶିଆ, ନିମ୍ବ, ନଡ଼ିଆ, ପଣସ ସମେତ ବିଭିନ୍ନ ଔଷଧ୍ୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରିଥିଲେ । ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ମେଗା ଚାରାରୋପଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ପ୍ରଧାନ ଶିକ୍ଷକ ସୈାଭାଗ୍ୟ କୁମାର ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ସଚେତନ ନାଗରିକ, ପରିବେଶବିତ୍, ଗ୍ରାମବାସୀ ଉପସ୍ଥିତ ଥିଲେ । କିପରଏହି ଅବସରରେ ପରିବେଶବିତ ମନମୋହନ ପାଢ଼ୀ, ରବିନ୍ଦ୍ର କୁମାର ନନ୍ଦ, ଅଶୋକ କୁମାର ସାହୁଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ମିହିର କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।