ଶ୍ରୀ ରାମେଶ୍ୱର ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଦଶରଥପୁର: ଏହି ବ୍ଲକ୍ ଲାଲବାଗ ଗ୍ରାମରେ ବାବା ଶ୍ରୀ ଶ୍ରୀ ରାମେଶ୍ୱର ନାଥଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଲାଲବାଗ ଗ୍ରାମର ହରିହର ମହାପାତ୍ର ଓ ତାଙ୍କ ଧର୍ମ ପନôୀ କଳ୍ପନା ପୂଜାରେ ସଂକଳ୍ପ କରିଥିବା ବେଳେ ପୂଜାରେ ପ୍ରଦୀପ୍ତ ପୂର୍ଣଚନ୍ଦ୍ର ଆଚାର୍ଯ୍ୟ, ବଦ୍ରିନାରାୟଣ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ମିଶ୍ର, କାଳନ୍ଦୀ ମିଶ୍ର, କମଳାକାନ୍ତ ପାଢ଼ୀ, ଧୀରେନ୍ଦ୍ର ପଣ୍ଡା ପୂଜାର୍ଚନା ଓ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ୩ ଦିନ ଧରି ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ଅଧିବାସ ଓ କଳସ ପୂଜା ଅନୁଷ୍ଠିତ ହୋଇଥିଲା । ସୋମବାର ବିଗ୍ରହ ପ୍ରତିଷ୍ଠା ହେବାସହ ମଙ୍ଗଳବାର ଯଜ୍ଞର ପୂର୍ଣାହୁତି ଦିଆଯିବ । ଲାଲବାଗ ଗ୍ରାମବାସୀଙ୍କ ସହଯୋଗରେ ମହା ଆଡ଼ମ୍ବରରେ ବାବା ରାମେଶ୍ୱର ନାଥଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହେଉଛି ।